କ୍ଷମତାକୁ ଆସିବାକୁ ବିଜେପି ଦେଇଥିଲା ମିଛ ପ୍ରତିଶୃତି : ଗଡକରୀ

ଭୁବନେଶ୍ବର () 2014ରେ କ୍ଷମତାକୁ ଆସିବା ପାଇଁ ବିଜେପି ଅନେକଗୁଡିକ ମିଛ ପ୍ରତିଶୃତି ଦେଇଛି । ଏହି ପ୍ରତିଶୃତିଗୁଡିକ ପାଳନ କରିପାରୁନି । ଅନେକ ସମୟରେ ଲୋକେ ନେତାମାନଙ୍କୁ ସେମାନଙ୍କ ପ୍ରତିଶୃତି ମନେପକାଇ ଦେଲେ ସେମାନେ କେବଳ ହସିକି ପଳଉଛନ୍ତି । ଏକଥା ଖୋଦ ବିଜେପିର ବରିଷ୍ଠ ମନ୍ତ୍ରୀ ତଥା କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡଗରି ସ୍ବୀକାର କରିଛନ୍ତି ।

ମରାଠୀର ଏକ ରିଅଲିଟି ସୋରେ ଗଡକରୀ ଏହା ସ୍ବୀକାର କରିଛନ୍ତି । ବଲିଉଡର ଚର୍ଚ୍ଚିତ ତାରକା ନାନା ପାଠେକରଙ୍କଙ୍କ ସହ “ଆସାଲ ପଭାନେ, ଇସରାଲ ନମୁନେ” ନାମକ ରିଅଲିଟି ସୋରେ ବାର୍ତ୍ତାଳାପ ସମୟରେ ଗଡକରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, 2014ରେ ସେମାନେ କ୍ଷମତାକୁ ଆସିବେ ବୋଲି ଭାବିନଥିଲେ । ତେଣୁ ତାଙ୍କୁ ବହୁ ବଡ ବଡ ପ୍ରତିଶୃତି ଦେବାକୁ କୁହାଯାଇଥିଲା । କିନ୍ତୁ କ୍ଷମତାକୁ ଆସିଯିବା ପରେ ସେହିସବୁ ପ୍ରତିଶୃତି ପାଳନ କରିପାରୁନଥିବାରୁ ଲୋକେ ପଚାରିଲେ କେବଳ ହସିକି ଚାଲିଯାଉଛୁ ।

ଏହି ରିଅଲିଟି ସୋ ଦୁଇଟି ପର୍ଯ୍ୟାୟରେ ଟେଲିକାଷ୍ଟ ହୋଇଥିଲା । ପ୍ରଥମ ପାର୍ଟ ଅକ୍ଟୋବର 4 ଓ ଦ୍ବିତୀୟ ପାର୍ଟ ଅକ୍ଟୋବର 5 ତାରିଖରେ ଟେଲିକାଷ୍ଟ ହୋଇଥିଲା । ଗଡକରୀଙ୍କ ଏହି ବାର୍ତ୍ତାଳାପ କଂଗ୍ରେସର ଟ୍ବିଟରରେ ମଧ୍ୟ ସେୟାର ହୋଇଛି । ଆଉ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଏଥିରୁ ପ୍ରମାଣିତ ହୋଇଛି ଯେ, ବିଜେପି ସରକାର କେବଳ ଜୁମଲା ଓ ମିଛ ପ୍ରତିଶୃତିରେ କ୍ଷମତାକୁ ଆସିଛି ।

Share

Leave a Reply

Your email address will not be published. Required fields are marked *

17 − 3 =