ଲୋକେ କହିଲେ ଗୋଟିଏ କଲେ ଗୋଟିଏ: ବିଜୟ

ଭୁବନେଶ୍ବର()  ପାଟକୁରା ନିର୍ବାଚନ ହାରିବା ପରେ ମୁହଁ ଖୋଲିଛନ୍ତି ବିଜୟ ମହାପାତ୍ର । ପାକୁରାରେ ପରାଜୟ ପରୋକ୍ଷରେ ସେ ବିଜେଡିକୁ ଟାର୍ଗେଟ୍ କରିଛନ୍ତି। ପରାଜୟ ନେଇ ସିଧାସଳଖ ବିଜେଡିକୁ ଦାୟୀ କରିବା ସହ ସେ ଶାସକ ଦଳ ଉପରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି ବିଜୟ ।

ବିଜୟ କହିଛନ୍ତି, ସମ୍ପୂର୍ଣ୍ଣ ନିର୍ବାଚନମଣ୍ଡଳୀକୁ ଘେରାବନ୍ଦୀ କରିବା ଆଉ ଜଣକୁ ଜାଣିଶୁଣି ନିହତ କରିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି ବିଜୟ । କେହି କାହା ରାଜନୈତିକ ଭବିଷ୍ୟତ ଉପରେ ରୋକ ଲଗାଇପାରିବେ ନାହିଁ । ସେ କେତେବେଳେ ପଛକୁ ଚାହିଁନାହାନ୍ତି । ଆଗକୁ ଯାଇଛନ୍ତି । ପାଟକୁରରାରେ ବୁଲିଲା ବେଳେ ଯାହା ଲୋକଙ୍କ ମନୋଭାବ ଥିଲା ଫଳାଫଳରେ ତାହା ଆସିଲା ନାହିଁ । ଲୋକେ କହିଲେ ଗୋଟିଏ କଲେ ଗୋଟିଏ ।

ବିଜୟ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ଯେମିତି ସେ ଲୋକଙ୍କ ସହ ବୁଲୁଥିଲେ, ଲୋକଙ୍କ କଥା ବୁଝୁଥିଲେ ଏବେ ବି ସେ ସେଇୟା କରିବେ । ରାଜନୀତିରୁ ସନ୍ୟାସ ନେବେନି କି ଦୂରେଇ ଯିବେନି ବୋଲି ବିଜୟ ବଡ ବୟାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

ten − nine =