ହଟିବ ଲିଜ୍ ମିଳିବ ପଟ୍ଟା

ବିଭିନ୍ନ ଉନ୍ନୟନ କତ୍ତୃପକ୍ଷ ଏବଂ ଓଡିଶା ଗୃହ ନିର୍ମାଣ ସଂସ୍ଥା ଆବାସିକ ପ୍ରକଳ୍ପଗୁଡିକର ହିତାଧିକାରୀମାନଙ୍କ ପାଇଁ ଖୁସି ଖବର । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ନିଷ୍ପତ୍ତି ଅନୁଯାୟୀ ଆବାସିକ ପ୍ରକଳ୍ପରେ ଲିଜ ଆଧାରରେ ପାଇଥିବା ଜମି ଘରର ମୁକ୍ତ-ମାଲିକାନା ଏଣିକି ଲିଜ୍ଧାରୀଙ୍କୁ ପ୍ରଦାନ କରାଯିବ । ଫଳରେ ଲକ୍ଷାଧିକ ଲିଜ୍ଧାରୀ ଉପକୃତ ହେବେ ।
ସୂଚନାଯାଗ୍ୟ ରାଜ୍ୟରେ ୨୭୯୭.୪୯୨ ଏକର ଜମିରେ ଓଡିଶା ଗୃହ ନିର୍ମାଣ ସଂସ୍ଥା ଏବଂ ଉନ୍ନୟନ କତ୍ତୃପକ୍ଷ ୯୯ଟି ପ୍ରକଳ୍ପ ଜରିଆରେ ଲୋକଙ୍କୁ ଘରଡିହ /ଘର ଆବଣ୍ଟନ କରିଛନ୍ତି । ଏପରି ଘରଡିହ /ଘର ମାଲିକାନା ସ୍ୱତ୍ତରବର୍ତ୍ତନ ପାଇଁ କୌଣସି ଆଇନ ନଥିବାରୁ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ସମସ୍ୟା ଭୋଗିବାକୁ ପଡୁଥିଲା । ସେମାନେ ଏହି ସବୁ ଜମିର ମାଲିକାନା ପାଇବାକୁ ବାରମ୍ବାର ଦାବି କରିଆସୁଥିଲେ । ତେବେ ରାଜ୍ୟ ସରକାର ଡିଏ ଏବଂ ଓଏସଏଚବିର ୧୧୦୭.୮୧ କୋଟି ଟଙ୍କାର କନଭର୍ସନ ଦେୟ ଛାଡ କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ହିତାଧିକାରୀମାନଙ୍କୁ ଏବାବଦରେ କତ୍ତୃପକ୍ଷମାନଙ୍କୁ କନଭର୍ସନ ଦେୟ ଦେବାକୁ ପଡିବ ।ଏହା ସହିତ ଭବିଷ୍ୟତରେ ଯେଉଁମାନେ ଏଭଳି ପ୍ରକଳ୍ପରେ ଜମି/ଘର କିଣିବେ ସେମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ ।ଡିଏ ଏବଂ ଓଏସଏଚବିର ଆଗାମୀ ଦିନର ସମସ୍ତ ଆବାସକ ପ୍ରକଳ୍ପ ପାଇଁ ମଧ୍ୟ ଏହି ନିୟମ ଲଙ୍କଜ୍ଞର ହେବ ବୋଲି କୁହାଯାଇଛି । ଏପରିକି ଏହି ଜମିରେ ଘର କିଣିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆଉ ଲିଜ୍ ଡିଡରେ ବ୍ୟଙ୍କରୁ ରୁଣ ମିଳିବା ସୁବିଧା ମଧ୍ୟ ହିତାଧିକାରୀଙ୍କୁ ମିଳିବ ବୋଲି ଜଣାପଡିଛି । ଏହା ସହିତ ଉପରୋକ୍ତ ନିଷ୍ପତ୍ତିର କାର୍ଯ୍ୟକାରିତା ପାଇଁ ରାଜସ୍ୱ ବିଭାଗ ଏନେଇ ଆଇନରେ ଆବଶ୍ୟକ ସଂଶୋଧନ କରିବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

three × one =