କାହିଁକି ବାରବାଟୀ ଷ୍ଟାଡିୟମ ସାମାନ୍ୟ ଗଡ଼ାଣିଆ ହୋଇ ରହିଛି, ଜାଣନ୍ତୁ ପ୍ରକୃତ କାରଣ

କଟକ() ରବିବାର ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ପାଇଁ ଦୁଇ ଦଳ ଆଜି ଷ୍ଟାଡିୟମ ଯାଇ ଅଭ୍ୟାସ କରୁଛନ୍ତି । ସମୟ ଗଡିବା ସହ ଲୋକଙ୍କ ଉକ୍ରଣ୍ଠା ମଧ୍ୟ ବଢିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା ବାରବାଟୀର କିଉି ଅଭୁଲା ଇତିହାସ …

ଷ୍ଟାଡିୟମ୍ ଭିତରେ ଏବେ ଯେଉଁ ସବୁଜ ପଡ଼ିଆ ଦେଖାଯାଉଛି, ତାହା ଆଗରୁ ନଥିଲା। ସାଧାରଣ ପଡ଼ିଆରେ ପଟୁ ମାଟି ଉପରେ ଦୂବ ଘାସ ବିଛେଇ ହୋଇଥିଲା। ସେହି ଦୂବ ଘାସ ଉପରେ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଉଥିଲା। ପିଚ୍ରେ ଧୂଳି ନ ଉଡ଼ିବା ପାଇଁ ଧଳା ଚିକିଟା ମାଟି ବ୍ୟବହାର ହେଉଥିଲା। ୧୯୯୦-୯୧ ମସିହା ବେଳକୁ ପ୍ରଥମ ଥର ପାଇଁ ଷ୍ଟାଡିୟମର ମାଟି ବଦଳା ଯାଇଥିଲା। ପୂର୍ବରୁ ଥିବା ମାଟିକୁ ସ˚ପୂର୍ଣ୍ଣ ଭାବେ ବଦଳାଯାଇ ତାହା ଉପରେ ଘାସ ଲଗାଯାଇଥିଲା। ଯେତିକି ପରିମାଣର ମାଟି ବାହାର କରାଯାଇଥିଲା, ସେହି ପରିମାଣର ମାଟି ଭିତରେ ପକାଇବା ପାଇଁ ଅଭାବ ଦେଖାଦେଇଥିଲା। ଯାହାଫଳରେ ପଡ଼ିଆକୁ ସମତୁଲ କରିବାକୁ ଯେତେ ଚେଷ୍ଟା କରାଯାଇଥିଲେ ବି ତାହା ଟିକେ ଖାଲୁଆ ରହିଯାଇଥିଲା। ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ ପଡ଼ିଆରେ ଦୁଇ ଥର ମାଟି ବଦଳା ଯାଇଛି। ହେଲେ ଖାଲୁଆ ସ୍ଥାନକୁ ସମତୁଲ କରାଯାଇପାରିଲା ନାହିଁ। ସେବେଠାରୁ ପଡ଼ିଆ ସାମାନ୍ୟ ଗଡ଼ାଣିଆ ହୋଇ ରହିଯାଇଛି। ଯାହାକି ପରବର୍ତ୍ତୀ ସମୟରେ ବର୍ଷା ହେଲେ ପାଣି ନିଷ୍କାସନରେ ସହାୟକ ହୋଇଆସୁଛି।

Share

Leave a Reply

Your email address will not be published. Required fields are marked *

three × one =