କରୋନା ନେଲା ଆଉ ୧୫ ମୁଣ୍ଡ

ଭୁବନେଶ୍ୱର() ଆଜି ୬୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୪୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁନ୍ଦରଗଡ଼ରୁ ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝରରୁ ଓ ଭୁବନେଶ୍ୱରରୁ ୨ ଜଣ ଲେଖାଏଁ, ଅନୁଗୁଳ, ଖୋର୍ଦ୍ଧା, ବଲାଙ୍ଗୀର, କଟକ, ଗଞ୍ଜାମ,, ଝାରସୁଗୁଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Share

Leave a Reply

Your email address will not be published. Required fields are marked *

eight − eight =