ଅରୁଣ ସବୁ ସ୍ଥାନରେ ସୂର୍ଯ୍ୟଙ୍କ ପରି ଝଟକୁଥାଆନ୍ତି

ଭୁବନେଶ୍ୱର() ନାଁ ତାଙ୍କର ଅରୁଣ । ନାଁ ଯେମିତି କାମ ବି ସେମିତି । ତାଙ୍କୁ ଯେତେବେଳେ ଯେଉଁଠି ଅବସ୍ଥାପିତ କଲେ ବି ସେ ସୂର୍ଯ୍ୟ ଭଳି ସବୁ ବେଳେ ଝଟକୁ ଥାଆନ୍ତି, ଆଉ ନିଜର ସ୍ୱତନ୍ତ୍ରତା ମଧ୍ୟ ବଜାୟ ରଖନ୍ତି । ସେ ବାଣୀ ବାହାରର ଛାତ୍ର ରାଜନୀତି ହେଉ କିମ୍ବା ଫୁଟବଲ ପଡିଆରେ ଫୁଟବଲ ଖେଳ ହେଉ ଅଥବା ଓଡିଶା ରାଜନୀତି ରଙ୍ଗମଂଚରେ ହେଉ ସବୁଠାରେ ସେ ତାଙ୍କର ପତିଆରା ଆଜି ପର୍ଯ୍ୟନ୍ତ ବଜାୟ ରଖିଆସିଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଛାତ୍ର ଯୁବକ ଏବଂ ସମସ୍ତଙ୍କର ପି୍ରୟ ମନ୍ତ୍ରୀ ଡ.ଅରୁଣ ସାହୁ ।

ସେ ଦିନେ ବାଣୀବିହାର ଛାତ୍ର ନେତା ଥିଲେ କ୍ଷ ବାଣୀବିହାରରୁ ପାଠ ପଢି ଓ ରାଜନୀତିକରି ଆଜି ରାଜ୍ୟର ଯୁବ ଲୋକପ୍ରିୟ ମନ୍ତ୍ରୀ ହୋଇପାରିଛନ୍ତି କ୍ଷ ସବୁବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ମନ୍ତ୍ରୀ ମଣ୍ଡଳରେ ସାମିଲ କରନ୍ତି ଳ ଯେତେବେଳେ ଯେଉଁମନ୍ତ୍ରୀ ହୁଅନ୍ତି ସେଥିରେ ନିଜର ଦକ୍ଷତା ସେ ଦେଖନ୍ତି କ୍ଷ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସେ ସବୁବେଳେ ଚର୍ଚ୍ଚିତ ନିଜର ନିଆରା ଗୁଣ ପାଇଁ କ୍ଷ ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ସବୁବେଳେ ସାଧାରଣ ଭାବେ ଜୀବନ କାଟନ୍ତି କ୍ଷ ଯାହା ତାଙ୍କୁ ଅତି ନିକଟରୁ ଦେଖିଲେ ଯିଏ କେହି ଅନୁଭବ କରି ପାରିବ କ୍ଷ ଓଡିଶା ଉଚ୍ଚଶିକ୍ଷାର ଏନ୍ତୁଡିଶାଳ କୁହାଯାଉଥିବା ବାଣୀବିହାର ପାଳନ କରୁଛି ତାର ପ୍ଲାଟିନମ ଜୁବୁଲି । ଉକ୍ରଳ ବିଶ୍ୱବିଦ୍ୟାଳୟର ଏହି ମହାକୁମ୍ଭରେ ସାମିଲ ହେଉଛନ୍ତି ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର ।

ରାଜନୀତିରୁ ଉଦ୍ଧ୍ୱର୍ରେ ରହି ଅରୁଣ ଏବେ ସବୁ ପୁରୁଣା ଛାତ୍ରଛାତ୍ରୀଙ୍କୁ ଏକାଠି କରିବାରେ ଲାଗିଛନ୍ତି କ୍ଷ ଆଉ ତାହାରି ଭିତରେ ନିଜର ସ୍ମୁତିକୁ ବି ମନେପକାଇଛନ୍ତି କ୍ଷ ଯାହା ଆଜି ସଂଧ୍ୟାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଫୁଟବଲ ଫିବର ଦେଖିଲେ ଯେ କେହି ବିଶ୍ୱାସ କରିବେ କ୍ଷ ବାଣୀବିହାରରେ ଫୁଟବଲ ଖେଳି ନିଜର ଛାତ୍ର ଜୀବନକୁ ମନେ ପକାଇଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

17 − 4 =