ଜରାସ୍ରମ ନିବାସକୁ ସହାୟତା ରାଶି ପ୍ରଦାନ କଲେ ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘ

ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅଥିତି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କ ଅନୁରୋଧ କ୍ରମେ ନୟାଗଡ ସ୍ଥିତ “ସମର୍ପଣ” ଜରାଶ୍ରମ ପାଇଁ ୧୩ହଜାର ଟଙ୍କା ଆଦାୟ କରାଯାଇଥିଲା । ଆଜି ସଂଘର ପ୍ରତିଷ୍ଠାତା ତଥା ଯୁବ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମରେଶ ପତ୍ରୀଙ୍କ ନେତୃତ୍ୱରେ ସଂଘର ଉପପ୍ରତିଷ୍ଠାତା ତଥା ଯୁବ ବିଜେଡି ରାଜ୍ୟ ସଂପାଦକ ତାରିଣୀ ପ୍ରସାଦ ନାୟକ, ଉପପ୍ରତିଷ୍ଠାତା ବାସୁଦେବ ସା, ଉପଦେଷ୍ଟା ଆଲୋକ କୁମାର ବେହେରା, ଉପଦେଷ୍ଟା ତଥା ଯୁବ ବିଜେଡି ରାଜ୍ୟ ସାଧାରଣ ସଂପାଦକ ଧ୍ରୁତି ରଞ୍ଜନ ମାର୍ଥା, ଏଓବିଏସ୍ଓର ମୁଖ୍ୟ ସଂଗଠକ ପବନ କୁମାର ସ୍ୱାଇଁ, ଏଓଡିଏସ୍ଓର ମୁଖ୍ୟ ସଂଗଠକ ଅନନ୍ତ ନାରାୟଣ ଜେନା, ଏଓବିଏସ୍ଓ ସଭାପତି ଅଜୟ କୁମାର, ଚିନ୍ମୟ ଦାସ, ଜଗନ୍ନାଥ ସାମଲ, ସୁଭମ ସ୍ୱାଇଁ, ସାଧକ ହରିଜନ, ଅତୁଲ ପ୍ରସାଦ ସାମନ୍ତରାୟ, ସ୍ୱଦେଶ ନାୟକ, ପ୍ରଭାତ ପାଣିଗ୍ରାହୀ ଆଦି ଉପସ୍ଥିତ ରହି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର ସାହୁଙ୍କୁ ଭୁବନେଶ୍ୱର ସ୍ଥିତ କୃଷି ଭବନ ଠାରେ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।

“ମାନବ ସେବା ହିଁ ମାଧବ ସେବା” ଏହି ବାର୍ତ୍ତାଦେଇ ଏଓବିଏସ୍ଓ ଓ ଏଓଡିଏସ୍ଓ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

three × one =