କଶ୍ମୀରରେ ପ୍ରଶିକ୍ଷଣ ନେବେ ଧୋନି

ନୂଆଦିଲ୍ଲୀ()  ଏମ ଏସ୍ ଧୋନୀଙ୍କୁ ସେନାବାହିନୀରେ ଟ୍ରେନିଂ ନେବାକୁ ଅନୁମତି ମିଳିଛି। ଆର୍ମି ଚିଫ ବିପିନ ରାୱତ ନିଜେ ଧୋନୀଙ୍କୁ ପ୍ରଶିକ୍ଷଣ ପାଇଁ ଅନୁମତି ଦେଇଛନ୍ତି। ଧୋନି ଏବେ ଦୁଇ ମାସ ପାଇଁ ପାରାସୁଟ୍ ରେଜିମେଣ୍ଟରେ ପ୍ରଶିକ୍ଷଣ ନେବେ। ଏହି ପ୍ରଶିକ୍ଷଣ ସେ କେବଳ କଶ୍ମୀରରେ ହିଁ ନେଇପାରିବେ। ତେବେ ଧୋନି ସେନାର କୌଣସି ଅପରେସନ୍ରେ ସାମିଲ ହୋଇପାରିବେ ନାହିଁ। ଏବେ ସେ ସେହି ବିଭାଗର ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଅଛନ୍ତି।

ରିପୋର୍ଟ ଅନୁସାରେ ଧୋନୀ ସିୟାଚୀନ ବର୍ଡର ଯିବାକୁ ଚାହାନ୍ତି। ଏବେ ସେନାବାହିନୀରୁ ଖବର ଆସିଛି ଯେ, ଧୋନୀ ଜମ୍ମୁ କଶ୍ମୀରରେ ରହିବେ ଓ ତାଙ୍କ ଟ୍ରେନିଂ ସେଠାରେ ହେବ। କିନ୍ତୁ ଧୋନୀଙ୍କ ସିୟାଚୀନ ଯିବାର ସ୍ବପ୍ନ ମଧ୍ୟ ପୂରା ହେବ ବୋଲି କୁହାଯାଇଛି। ଏହା ପୂର୍ବରୁ ମଧ୍ୟ ଧୋନୀ ଜମ୍ମୁ କଶ୍ମୀର ଯାଇସାରିଛନ୍ତି।

୨୦୧୧ ମସିହାରେ ଧୋନୀଙ୍କୁ ଇଣ୍ଡିୟାନ ଟେରିଟୋରିଆଲ ଆର୍ମିରେ ଲେଫ୍ଟିନେଣ୍ଟ କର୍ଣ୍ଣଲର ର୍ୟାଙ୍କ ଦିଆଯାଇଥିଲା। ଧୋନୀଙ୍କର ଆର୍ମି ପ୍ରତି ଥିବା ପ୍ରେମ ସମସ୍ତେ ଜାଣନ୍ତି। ରାଂଚିର ଏହି ଯୁବକ କ୍ରିକେଟ୍ରେ ଅନେକ ପ୍ରତିଷ୍ଠା ଲାଭ କରିଛନ୍ତି ସତ କିନ୍ତୁ ସେ କ୍ରିକେଟର ବଦଳରେ ଆଉ କିଛି ହେବାର ଆଶା ରଖିଥିଲେ। ଏକ ସାକ୍ଷାତକାରରେ ଧୋନୀ କହିଥିଲେ ଯେ, ପିଲାବେଳୁ ସେନା ବାହିନୀରେ ଯୋଗ ଦେବାକୁ ସ୍ବପ୍ନ ଦେଖି ଥିଲେ।

ଗତକାଲି ଟିମ୍ ଇଣ୍ଡିଆର ଓ୍ୱେଷ୍ଟେଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ତାଲିକା ଘୋଷଣା ହୋଇଛି। ଏହି ତାଲିକାରେ ଧୋନିଙ୍କ ନାମ ନାହିଁ। କାରଣ ସେ ଖେଳାଳି ଚୟନ ପୂର୍ବରୁ ହିଁ ବିସିସିଆଇକୁ ଚିଠି ଲେଖି ଦୁଇ ମାସ ଖେଳି ପାରିବେ ନାହିଁ ବୋଲି ଅବଗତ କରାଇ ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

19 − 8 =