ବିଜେପି ସମର୍ଥକଙ୍କ ବିରୋଧରେ ବିଦେଶୀ ମହିଳାଙ୍କୁ ଆଶ୍ରବ୍ୟ ଭାଷାରେ ଗାଳି ଓ ଆକ୍ରମଣ ଅଭିଯୋଗ

ଭୁବନେଶ୍ୱର () ନାରୀ ସମ୍ମାନ ଓ ମର୍ଯ୍ୟାଦା କଥା କହୁଥିବା ବିଜେପି କର୍ମୀଙ୍କ ଅସଲ ଗୁଣ ଆଜି ପଦାକୁ ଆସିଛି । ଜଣେ କାନାଡ଼ିଆନ ନଗରିକତ୍ଵ ନେଇଥିବା ଓଡ଼ିଆ ମହିଳାଙ୍କୁ ଆଜି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ରାଲିରେ ବିଜେପି କର୍ମୀମାନେ ଆଶ୍ରବ୍ୟ ଭାଷାରେ ଗଳିଗୁଳଜ କରିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ମହିଳା ଏସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟ୍ୱିଟ କରି ଜଣାଇଛନ୍ତି ।

ଟ୍ୱିଟରେ ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି ଯେ, ସେ କାନାଡ଼ିଆନ ନାଗରିକତ୍ୱ ନେଇଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବାରୁ ସେ ଖୁବ ଭୟବିତ ଅଛନ୍ତି । ତେଣୁ ସେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟରେ ଏହି ପ୍ରସଙ୍ଗ ଜଣାଇ ସୁରକ୍ଷା ଲୋଡିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 3 =