ପୃଥୀ ଶ’ଙ୍କୁ ପ୍ରଂଶସା କଲେ ଆକାଶ ଚୋପ୍ରା

କଲମ୍ବୋ: ଭାରତ- ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ପୃଥୀ ଶ’ଙ୍କୁ ପ୍ରଂଶସା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା । ନିଜ ୟୁଟ୍ୟୁବ ଚ୍ୟାନେଲରେ ସେ ଶଙ୍କ ପ୍ରଂଶସା କରିଛନ୍ତି । ବିରେନ୍ଦ୍ର ସେହଙ୍ଗଙ୍କ ସହ ତାଙ୍କୁ ତୁଳନା କରିଥିବା ଦେଖିବାକୁ ମିଳିଛି । ଭାରତ ଇନିଂସ ଆରମ୍ଭରୁ ପୃଥୀ ଶ ଦମଦାର ଇନିଂସ ଆରମ୍ଭ କରିଥିଲେ । ଶ୍ରୀଲଙ୍କା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଥିଲେ ଶ । ସେ ତେବେ ଭୁଲ ସଟ୍ ଖେଳି ଆଉଟ ହେବାକୁ ନେଇ ଆକାଶ କହିଛନ୍ତି କି, ଶ ଚାହିଁଥିଲେ ଏକ ବିଶାଳ ସ୍କୋର କରିପାରିଥାଆନ୍ତେ । କିନ୍ତୁ ଗୋଟିଏ ଭୁଲ ସଟ ଲାଗି ତାଙ୍କୁ ପାଭିଲିୟନ ଫେରିବାକୁ ପଡ଼ିଥିଲା । ତେବେ ଆଗାମୀ ମ୍ୟାଚ ଗୁଡ଼ିକରେ ଯେଭଳି ଏପରି ଭୁଲକୁ ନଦୋହରାଇବାକୁ ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty + 15 =