ଆସୁଛି ବିଦ୍ୟୁତ ଜାମୱାଲଙ୍କ ପ୍ରଯୋଜିତ ସିନେମା ଆଇବି-୭୧

ମୁମ୍ବାଇ: ବଲିଉଡ଼ ଅଭିନେତା ବିଦ୍ୟୁତ ଜାମୱାଲ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି। ନିଜର ପ୍ରଡକ୍ସନ ହାଉସ ଆକ୍ସନ ହୀରୋ ବ୍ୟାନରରେ ପ୍ରଥମ ଚଳଚ୍ଚିତ୍ର ‘ଆଇବି-୭୧’ ନାମକ ଚଳଚ୍ଚିତ୍ରର ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଟି-ସିରିଜ ଓ ରିଲାୟନ୍ସ ଏଣ୍ଟରଟେନମେଣ୍ଟ ତାଙ୍କ ପାର୍ଟନର ରହିଛନ୍ତି । ଏହି ଥ୍ରୀଲର ଫିଲ୍ମକୁ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ଗାଜିର ନିର୍ଦ୍ଦେଶକ ସଙ୍କଳ୍ପ ରେଡ୍ଡୀ ନିର୍ଦ୍ଦେଶନା ଦେବେ ।

ବିଦ୍ୟୁତ ଏଥିରେ ଜଣେ ଗୋଇନ୍ଦା ଅଧିକାରୀ ଭୂମିକାରେ ଅଭିନୟ କରିବେ। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ। କିପରି ମହାନ ଗୋଇନ୍ଦା ଅଧିକାରୀମାନେ ପାକିସ୍ତାନକୁ ନାକେଦମ କରିଥିଲେ ତାହା ଏଥିରେ ଦେଖିବାକୁ ମିଳିବ। ଆଦିତ୍ୟ ଶାସ୍ତ୍ରୀ ଏହାର କାହାଣୀ ରଚନା କରିଛନ୍ତି। ୨୦୨୧ ଶେଷ ଭାଗରେ ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ବିଦ୍ୟୁତ ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × five =