ନିଖୋଜ ବିମାନର ଭଗ୍ନାବଶେଷ ଠାବ

ନୂଆଦିଲ୍ଲୀ()   ବାୟୁସେନାର ନିଖୋଜ ବିମାନ ଏମ-୩୨ର ଭଗ୍ନାବଶେଷ ଅରୁଣଚଳ ପ୍ରଦେଶର ଲିପୋ ଠାରେ ଠାବ କରାଯାଇଛି । ଜୁନ ୩ରୁ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଥିଲା । ବାୟୁସେନାର ଏମ-୧୭ ହେଲିକ୍ୟାପଟର ଦ୍ୱାରା ଏହି ନିଖୋଜ ବିମାନକୁ ଠାବ କରାଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏହି ବିମାନରେ ୧୩ଜଣ କର୍ମଚାରୀ ଥିଲେ । ସେମାନେ ମଧ୍ୟ ଏହି ବିମାନ ସହିତ ନିଖୋଜ ଥିଲେ । ସେମାନଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଖୋଜ ଖବର ମିଳିନାହିଁ । ସେମାନେ ହୁଏତ ସମସ୍ତେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

5 × four =