Friday, October 30, 2026
Latestଜାତୀୟ

ଏହି ସ୍ଥାନରେ ଅଛନ୍ତି ଘନି

ନୂଆଦିଲ୍ଲୀ: ତାଲିବାନ କାବୁଲକୁ କବଜା କରିବା ପୂର୍ବରୁ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ଦେଶ ଛାଡି ପଳାଇ ଥିଲେ। ତେବେ ସେ କୁଆଡେ ଯାଇଥିଲେ ତାହାର କୌଣସି ସୂଚନା ମିଳିନଥିଲା। ଏବେ ଘନି ଏବଂ ତାଙ୍କ ପରିବାର ୟୁନାଇଟେଡ ଆରବ ଏମିରେଟ୍ସ(ୟୁଏଇ)ରେ ଥିବା ଜଣାପଡିଛି। ଘନି ନିଜ ସହ ୪ଟି କାର୍ ଏବଂ ହେଲିକପ୍ଟରରେ ନଗଦ ଅର୍ଥ ନେଇ ଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ୟୁଏଇ ଅନୁଯାୟୀ ମାନବିକତା ଆଧାରରେ ଘନି ଏବଂ ତାଙ୍କ ପରିବାରକୁ ଶରଣ ଦିଆଯାଇଛି। ୟୁଏଇ ସରକାରୀ ନ୍ୟୁଜ ଏଜେନ୍ସିକୁ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ଏହି ବୟାନ ଜାରି କରାଯାଇଛି। ତେବେ ଘନି ଦେଶ ମଧ୍ୟରେ କେଉଁଠାରେ ଅଛନ୍ତି ତାହାର କୌଣସି ସୂଚନା ଦିଆଯାଇନାହିଁ।

Share

Leave a Reply

Your email address will not be published. Required fields are marked *

4 + two =