୩ କୋଟି ଟଙ୍କା ମାଗି ଗିରଫ ହେଲେ ଅମିତ ଶାହ

ନୂଆଦିଲ୍ଲୀ() ଗିରଫ ହେଲେ ନକଲି ଅମିତ ଶାହ । ସୂଚନା ଅନୁସାରେ ଦୁଇ ଜଣ ଯୁବକ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ପରିଚୟ ଦେଇ ହରିଆଣାର ମନ୍ତ୍ରୀ ଚୌଧୁରୀ ରଞ୍ଜିତ ସିଂହଙ୍କୁ ଫୋନ୍ କରିଥିଲେ। କହିଥିଲେ, ହେଲୋ, ମୁଁ ଅମିତ ଶାହ କହୁଛି। ୩ କୋଟି ଟଙ୍କା ଶୀଘ୍ର ଏହି ଆକାଉଣ୍ଟରେ ଜମା କରିବାକୁ ଚେଷ୍ଟା କର। ଯଦି କରିବ ତାହେଲେ ଦଳରେ ପଦବୀ ଏବଂ କ୍ଷମତା ବଢ଼ିବ।

ଗିରଫ ହୋଇଥିବା ଦୁଇ ଯୁବକ ପଞ୍ଜାବର ଏକ ବିଶ୍ୱବିଦ୍ୟାଳୟରେ ପିଏଚଡି କରୁଛନ୍ତି। ଗିରଫ ହୋଇଥିବା ଦୁଇ ଛାତ୍ର ହେଲେ ଉପକାର ସିଂହ ଏବଂ ଜଗତାର ସିଂହ। ଏକ ମୋବାଇଲ ଆପ୍ସର ସାହାଯ୍ୟ ନେଇ ମନ୍ତ୍ରୀ ଚୌଧୁରୀ ରଣଜିତ ସିଂହଙ୍କୁ ଫୋନ୍ କରିଥିଲେ। ଯେଉଁ ନମ୍ୱରରୁ ସେମାନେ ଫୋନ୍ କରିଥିଲେ ତାହା ସ୍ୱରାଷ୍ଚ୍ର ମନ୍ତ୍ରୀଙ୍କର ଘର ନମ୍ୱର ବୋଲି କହିଥିଲେ।

ତେବେ ସନ୍ଦେହ ବଢ଼ିବାରୁ ଦିଲ୍ଲୀ ପୁଲିସରେ ହରିଣାର ସେହି ମନ୍ତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବଙ୍କୁ ଫୋନରେ କଥା ହୋଇଥିଲେ। ଏହାପରେ ଏଭଳି ଫୋନ୍ କଲ ଯାଇନଥିବା କହିଥିଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବ । ଏହାପରେ ଅଭିଯୁକ୍ତଙ୍କୁ ପୁଲିସ ଦିଲ୍ଲୀ ଏବଂ ପଞ୍ଜାବର ମୋହାଲିରୁ ଗିରଫ କରିଛି। ପୁଲିସ ଦ୍ୱାରା ଗିରଫ ହେବା ପରେ ଦୁଇ ଯୁବକ ସମସ୍ତ ସତ କଥା କହିଛନ୍ତି। ପଇସାର ଆବଶ୍ୟକତା ଥିବାରୁ ସେମାନେ ଏଭଳି ପଦକ୍ଷେପ ନେଇଥିଲେ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

4 × 2 =