Friday, October 30, 2026
Latestଜାତୀୟ

ଦିଲ୍ଲୀରେ ୮୦ ଜଣ ଡାକ୍ତର କରୋନା ସଂକ୍ରମିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜାରି ରହିଛି କରୋନାର ଭୟାବହତା ମଧ୍ୟରେ ଦିଲ୍ଲୀର ସରୋଜ ସୁପର ସ୍ପେଶାଲିଟ୍ ହସ୍ପିଟାଲ ଏବେ କରୋନାର ହଟସ୍ପଟ ପାଲଟିଛି ।ହସ୍ପିଟାଲର ୮୦ ଜଣ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ସାଙ୍ଘାତିକ ଖବର ସାମ୍ନାକୁ ଆସିଛି।

ତେବେ କରୋନା ସଂକ୍ରମଣରେ ଜଣେ ଡାକ୍ତରଙ୍କର ମୃତ୍ୟୁ ମଧ୍ୟ ହୋଇଛି ।ଫଳରେ ହସ୍ପିଟାଲରେ ଓପିଡି ସେବା ବନ୍ଦ ହୋଇଯାଇଛି । ଏବେ ମଧ୍ୟ ୧୨ ଡାକ୍ତର ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟ ସବୁ ଡାକ୍ତର ସଂକ୍ରମିତ ହେବା ପରେ ସଂଗରୋଧରେ ଅଛନ୍ତି । ଗତ କିଛି ଦିନ ହେବ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ପ୍ରବାହିତ ହେଉଛି । ରାଜଧାନୀ ଦିଲ୍ଲୀରେ, ନୂଆ ମାମଲା ସହ ମୃତ୍ୟୁହାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

five − 1 =