୫-ଟି ପାଇଁ ଗରିବ ଆଦିବାସୀ ଲୋକଙ୍କୁ ସୁବିଧାରେ ଚିକିତ୍ସା ମିଳୁଛି : ତାରା

ଭୁବନେଶ୍ୱର()  ବିଧାନସଭାରେ ରାଜ୍ୟ ସରକାରଙ୍କ ୫ଟି କାର୍ୟ୍ୟକ୍ରମକୁ ପ୍ରଂଶସା କରିଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ୫ଟି କାର୍ୟ୍ୟକାରୀ ପରେ ୫ଟି ସଚିବ ଡାକ୍ତରଖାନା ବୁଲି ରୋଗୀଙ୍କ ମତ ନେବା ଦ୍ୱାରା କୋରାପୁଟରେ ସ୍ୱାସ୍ଥ୍ୟସେବା ସୁଧୁରୁଛି । ଏହା ଦ୍ୱାରା ସାଧାରଣ ଲୋକେ ଉପକୃତ ହେଉଛନ୍ତି ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ତାରା । ଏହାଛଡା ମେଡିକାଲ କଲେଜ ଭାବେ କୋରାପୁଟକୁ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଅନେକ ଗରିବ ଓ ଆଦିବାସୀ ଲୋକ ମଧ୍ୟ ଉପକୃତ ହେଉଛନ୍ତି ।

ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର ଆଣିବା ପାଇଁ ରାଜ୍ୟ ସରକାର “ମୋ ସରକାର” କାର୍ୟ୍ୟକ୍ରମ ଆରମ୍ଭ କରି ୫ଟି କାର୍ୟ୍ୟକାରୀ କରିଛନ୍ତି । ବିଭିନ୍ନ ଜିଲ୍ଲାର ଡାକ୍ତରଖାନା ବୁଲି ୫ଟି ସଚିବ ଭି.କେ ପାଣ୍ଡିୟାନ ସ୍ୱାସ୍ଥ୍ୟସେବା ସମ୍ପର୍କିତ ରୋଗୀଙ୍କ ମତ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen − 10 =