ଓଡିଶାରେ କରୋନା ନେଲା ପ୍ରଥମ ଜୀବନ

ଭୁବନେଶ୍ୱର() ବିଶ୍ୱରେ ଆତଙ୍କ ଖେଲାଇଥିବା କରୋନା ଭାଇରସ୍ ଫଳରେ ଓଡ଼ିଶାରେ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଝାରପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି କରୋନା ଜନୀତ ରୋଗ (କୋଭିଡ଼-୧୯)ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଆଜି କରୋନାରେ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରାନ୍ତଙ୍କ ବୟସ ୭୨ବର୍ଷ ବୋଲି ଜଣାପଡ଼ିଛି । ଚଳିତମାସ ୪ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ କୋଭିଡ଼-୧୯ସହ ଅନେକ ରୋଗରେ ଆକ୍ରାନ୍ତ ଥିଲେ । ସେ ରକ୍ତଚାପରେ ପୀଡ଼ିତ ଥିଲେ ଏବଂ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

4 × two =