5-ଟି ପ୍ରଭାବ : ସେବା ପ୍ରଦାନକାରୀ ଅନୁଷ୍ଟାନକୁ ବ୍ରହ୍ମପୁର ସାଂସଦ ଓ ବିଧାୟକଙ୍କ ଅଚାନକ ଗସ୍ତ

ବ୍ରହ୍ମପୁର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ର ଦ୍ବାରା ପ୍ରଭାବିତ ହୋଇ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ ପଣ୍ଡା ବଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କରି ସେଠାରେ ସେବା ପ୍ରଦାନକାରୀ ବ୍ୟବସ୍ଥାର ଯାଞ୍ଚ କରିଥିଲେ ।

ବ୍ରହ୍ମପୁରର ଏହି ଦୁଇ ନେତା ପ୍ରଥମେ ବ୍ରହ୍ମପୁର ସିଟି ହସ୍ପିଟାଲ ଯାଇଥିଲେ । ସେଠାରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ମିଳୁଛି କି ନାହିଁ, ତାହା ବୁଲି ଦେଖିଥିଲେ । ସେମାନେ କିଛି ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହ ମଧ୍ୟ କଥା ହୋଇଥିଲା । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ସମସ୍ୟା ନେଇ ବି ଆଲୋଚନା କରିଥିଲେ ।

ପରେ ସେମାନେ ଖଲିକୋଟ ବିଶ୍ବବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ । ସେଠାରେ ବିଶ୍ବବିଦ୍ୟାଳୟର ଭିତ୍ତିଭୂମୀ ଏବଂ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ମିଳୁଛି କି ନାହିଁ ତାହା ବୁଲି ଦେଖିଥିଲେ । ସେମାନେ ଛାତ୍ରଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହ କଥା ହେବା ସହ ବିଭିନ୍ନ କ୍ୟାମ୍ପସ ବୁଲିଥିଲେ । ବିଶ୍ବବିଦ୍ୟାଳୟରେ ଅତ୍ୟାଧୁନିକ କ୍ୟାଣ୍ଟିନ ଓ ଲାଇବ୍ରେରୀ ପ୍ରତିଷ୍ଠାକୁ ଗୁରୁତ୍ବ ଦେବା ସହ ଖେଳପଡିଆର ଆଧୁନିକୀକରଣ ପାଇଁ ପରାମର୍ଶ ଦେଇଛନ୍ତି ।

ପରେ ସେମାନେ ଗେଟ ବଜାର ଭେଡିଂ ଜୋନକୁ ଯାଇଥିଲେ । ସାଙ୍ଗରେ ଥିଲେ ବିଏମସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ସେଠାରେ ବ୍ରହ୍ମପୁରର ଏହି ଦୁଇ ସ୍ଥାନୀୟ ନେତା ବ୍ୟବସାୟୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five + three =