Thursday, October 29, 2026
Latestକ୍ରୀଡା

ଅନ୍ତର୍ଜାତୀୟ କି୍ରକେଟରୁ ଯୁବରାଜଙ୍କ ଅବସର

ମୁମ୍ବାଇ()  ଅନ୍ତର୍ଜାତୀୟ କି୍ରକେଟରୁ ଯୁବରାଜଙ୍କ ଅବସର । ବିଶ୍ୱକପ୍ର ହିରୋ ‘ଯୁବରାଜ ସିଂହ’ ଆଜି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲ୍ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି।

୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ୨୦୧୭ ଜୁନ୍ ୩୦ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିଥିଲେ। ସେହିଭଳି ସେ ତାଙ୍କ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍ ୨୦୧୭ ଫେବ୍ରୁଆରୀ ୧ ତାରିଖରେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ। ୨୦୧୨ରେ ଇଂଲଣ୍ଡ ବିପକ୍ଷରେ ସେ ଶେଷ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ।

୨୦୧୧ ବିଶ୍ୱକପ୍ରେ ସେ ୪ ଥର ମ୍ୟାନ୍ ଅଫ୍ ଦ ମ୍ୟଚ୍ ହେବା ସହିତ ପ୍ଲେୟର ଅଫ୍ ଦ ଟୁର୍ଣ୍ଣାମେଣ୍ଟ୍ ହୋଇଥିଲେ। ସେ ୩୬୨ ରନ୍ କରିବା ସହିତ ୧୫ଟି ୱିକେଟ୍ ନେଇଥିଲେ। ଭାରତର ଦ୍ୱିତୀୟ ବିଶ୍ୱକପ୍ ବିଷୟରେ ଯେବେ ଆଲୋଚନା ହେବ, ଯୁବରାଜଙ୍କ କଥା ନିଶ୍ଚୟ ଉଠିବ।

Share

Leave a Reply

Your email address will not be published. Required fields are marked *

4 × four =