Friday, October 30, 2026
Latestଜାତୀୟ

ହିଜାବ ମାମଲା ଓକିଲଙ୍କ ଅଜବ ଯୁକ୍ତି

କର୍ଣ୍ଣାଟକରେ ହିଜାବ ବିବାଦ ଥମିବାର ନା ନେଉଁନାହିଁ। ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବାକୁ ମୁସଲମାନ ଛାତ୍ରୀମାନଙ୍କୁ ଅନୁମତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି। ମାମଲାରେ କୋର୍ଟରେ ଶୁଣାଣି ଜାରି ରହିଛି। ଏନେଇ ଆବେଦକଙ୍କ ଓକିଲ ବିନୋଦ କୁଲକର୍ଣ୍ଣି କୋର୍ଟରେ କହିଛନ୍ତି ଯେ ହିଜାବ ବ୍ୟାନ କରିବା କୁରାନ ବ୍ୟାନ କରିବା ସହିତ ସମାନ।

ମୁସଲମାନ ଛାତ୍ରୀମାନଙ୍କୁ ଅନ୍ତନ୍ତଃପକ୍ଷେ ଶୁକ୍ରବାର ଓ ରମଦାନ ମାସରେ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ ବୋଲି ବିନୋଦ କୋର୍ଟଙ୍କ ପାଖରେ ଆବେଦନ କରିଛନ୍ତି। ତା ସହିତ ହିଜାବ ପିନ୍ଧିବାକୁ ଦିଆଯାଉ ନଥିବାରୁ ଛାତ୍ରୀମାନେ ମାନସିକ ଚାପଗ୍ରସ୍ତ ହେଉଛି ବୋଲି ଓକିଲ ବିନୋଦ କୁଲକର୍ଣ୍ଣି କହିଛନ୍ତି।

ହିଜାବ ବିବାଦ ମମାଲର ଆଜି ପଞ୍ଚମ ଦିନ ଶୁଣାଣିରେ କୋର୍ଟ ଜଣେ ସମାଜସେବୀଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏନେଇ କୋର୍ଟ କହିଛନ୍ତି “ଆମେ ଆପଣଙ୍କର ଜନସ୍ୱାର୍ଥମାମଲାରେ ସନ୍ତୁଷ୍ଟ ହୋଇପାରି ନାହୁଁ। ଏହା ଆଇନ୍‌ ଅନୁସାରେ ଆବେଦନ କରାଯାଇ ନାହିଁ। ତେଣୁ ଏଥିପାଇଁ ଦାମ୍ ଦେବାକୁ ପଡ଼ିବ।”

ଏପଟେ ୪୦ ଅଧିକ ଛାତ୍ରୀ ହିଜାବ ଓ ବୁର୍ଖା ପିନ୍ଧି ଶିବମୋଗାର ଡିଭିଏସ୍ ଅଟୋନୋମସ କଲେଜକୁ ଆସିଥିଲେ। ଯେଉଁଠି ତାଙ୍କୁ କଲେଜ୍ ଭିତରେ ପ୍ରବେଶ କରିବାକୁ ଦିଆଯାଇ ନଥିଲା। ଏହାପରେ ସେମାନେ ନିଜ ନିଜର ଧାର୍ମିକ ପୋଷାକ ଖୋଲି କଲେଜ ଭିତରେ ପ୍ରବେଶ କରିଥିଲେ।

କର୍ଣ୍ଣାଟକରେ ହିଜାବ ମାମଲାକୁ ନେଇ ବିବାଦ ବଢ଼ିବାରୁ ରାଜ୍ୟ ସରକାର ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ କରିଦେଇଥିଲେ। ମାମଲା କୋର୍ଟରେ ପହଞ୍ଚିବାରୁ କୋର୍ଟ ତୁରନ୍ତ ସ୍କୁଲ୍ କଲେଜ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପର୍ଯ୍ୟକ୍ରମେ ସ୍କୁଲ୍ କଲେଜ୍ ଖୋଲିଥିଲା ବେଳେ କୌଣସି ଧାର୍ମିକ ପୋଷାକ ପିନ୍ଧି ଆସିବାକୁ ମନା କରିଥିଲେ କୋର୍ଟ। ହେଲେ ଛାତ୍ରଛାତ୍ରୀମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଧାର୍ମିକ ପୋଷାକ ପିନ୍ଧି କଲେଜ୍ ଆସିଥିବା ଜଣାପଡ଼ିଛି।

Share

Leave a Reply

Your email address will not be published. Required fields are marked *

twenty − 15 =