ବ୍ରାଜିଲରେ ପ୍ରବଳ ବର୍ଷା, ଭୂସ୍ଖଳନରେ ୭୮ ମୃତ

ବ୍ରାଜିଲରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଭୂସ୍ଖଳନରେ ୭୮ ଜଣ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ବିପର୍ଯ୍ୟୟରେ ପେଟ୍ରୋ ସହର ଅଧିକ ପ୍ରଭାବିତ ହୋଇଛି । ଏବେ ବି ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଅନେକ ଲୋକ ମାଟି ତଳେ ଚାପି ହୋଇ ରହିଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

thirteen − four =