ସମଲିଙ୍ଗୀ ଯୌନ ସମ୍ପର୍କ ଦ୍ବାରା ଅଧିକ ମାତ୍ରାରେ ବ୍ୟାପୁଛି ମଙ୍କିପକ୍ସ, Who ବୟାନ

କରୋନା ପରେ ଏବେ ମଙ୍କିପକ୍ସ ବିଶ୍ବବ୍ୟାସୀଙ୍କୁ ଆତଙ୍କିତ କରିପକାଇଲାଣି । ବିଭିନ୍ନ ଲକ୍ଷଣକୁ ନେଇ ସତର୍କ ରହିବା ପାଇଁ ‘ହୁ’ ପକ୍ଷରୁ ବାରମ୍ବାର ଗାଇଡଲାଇନ୍‌ ଜାରି କରାଯାଉଛି । ଏହା ସହିତ ମଙ୍କିପକ୍ସ ଲକ୍ଷଣ ଦେଖାଗଲେ ତୁରନ୍ତ ସଂଘରୋଧରେ ରହିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି । ଏହା ସହିତ ସମଲିଙ୍ଗୀ ଯୌନ ସମ୍ପର୍କ ଯେପରିକି ପୁରୁଷଙ୍କ ସହ ପୁରୁଷ ଯୌନ ସମ୍ପର୍କ ରଖିବା ସଂକ୍ରମଣର ପ୍ରମୁଖ କାରଣ ।

ମଙ୍କିପକ୍ସ ଏବେ ଆଫ୍ରିକୀୟ ଦେଶମାନଙ୍କରେ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ମୂଷା ଏବଂ ଅନ୍ୟାନ୍ୟ ଜୀବଙ୍କ କାମୁଡାରୁ ଏହା ସଂକ୍ରମିତ ହେଉଥିବା କୁହାଯାଉଛି । ଏହାରି ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଚେତାବନୀ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଯୌନ ସମ୍ପର୍କ ଦ୍ବାରା ମଧ୍ୟ ମଙ୍କିପକ୍ସ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି । ତେଣୁ ସହବାସରେ ଲିମିଟ୍‌ ରଖିବାକୁ ‘ହୁ’ ପରାମର୍ଶ ଦେଇଛି ।

ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବିଶ୍ବରେ ୧୫ ହଜାରରୁ ଉର୍ଦ୍ଧ୍ବ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ବିଶେଷ କରି ଆମେରିକା ଏବଂ ୟୁରୋପରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପୁରୁଷଙ୍କ ସହ ପୁରୁଷ ଯୌନ ସମ୍ପର୍କ ରଖିବା ସଂକ୍ରମଣର ପ୍ରମୁଖ କାରଣ ବୋଲି ଏକ୍ସପର୍ଟ ମାନେ କହୁଛନ୍ତି । ସ୍କିନ୍‌ ଟୁ ସ୍କିନ୍‌ କଣ୍ଟାକ୍ଟ ଅର୍ଥାତ ଚର୍ମ ସହ ଚର୍ମ ସଂଯୋଗ ଘଟିଲେ ମଙ୍କିପକ୍ସ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

18 − 4 =