ପ୍ରେମ ପାଇଁ ଲିଙ୍ଗ ବଦଳାଇଦେଲେ ଶିକ୍ଷୟିତ୍ରୀ

ପ୍ରେମ ପାଖରେ ସବୁକିଛି ସମ୍ଭବ । ପ୍ରେମ ପାଇଁ ପ୍ରେମିକ ପ୍ରେମିକା ମାନେ ଧନୀ-ଗରିବ, ଜାତି-ଅଜାତି ମାନୁନଥିଲେ । କିନ୍ତୁ ଏବେ ଯୁଗ ବଦଳିବା ସହିତ ବଦଳିଯାଇଛି ପ୍ରେମର ତରିକା । ଜଣେ ଖେଳ ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଖେଳ ଶିଖାଉ ଶିଖାଉ ଛାତ୍ରୀଙ୍କ ପ୍ରେମରେ ପଡିଗଲେ । ଛାତ୍ରୀ ଜଣଙ୍କୁ ଏମିତି ଭଲ ପାଇଲେ ଯେ, ଶେଷରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଲେ । ମାତ୍ର ଏଥିରେ ପ୍ରତିବନ୍ଧକ ସାଜିଲା ଜେଣ୍ଡର । ଛାତ୍ରୀଙ୍କ ପରିବାର ଏଭଳି ବିବାହରେ ରାଜି ନଥିଲେ । ଶେଷରେ ଶିକ୍ଷୟିତ୍ରୀ ମୀରା ଲିଙ୍ଗ ପରିବର୍ତ୍ତନ କରି ଛାତ୍ରୀ କଳ୍ପନାଙ୍କୁ ବିବାହ କରିଛନ୍ତି । ଏହି ଘଟଣା ରାଜସ୍ଥାନ ଭରତପୁରର । ବିବାହ କରିବା ପରେ ମୀରା କହିଛନ୍ତି ଯେ , କଳ୍ପନା ବହୁତ ଭଲ ଖେଳନ୍ତି । ସେଥିପାଇଁ ମୋ ମନରେ ତାଙ୍କ ପାଇଁ ପ୍ରେମ ଜାଗ୍ରତ ହେଲା । ଆଉ ବିବାହ କରିବା ପରେ ଆମେ ବହୁତ ଖୁସିରେ ଅଛୁ । ପରିବାର ଲୋକେ ମଧ୍ୟ ଆମ ବିବାହକୁ ନେଇ ଖୁସି ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − 5 =