ଦିଲ୍ଲୀ ମଦ ଦୁର୍ନୀତି:ସିବିଆଇ ଆଗରେ ଆଜି ହାଜର ହେବେ ନାହିଁ ସିସୋଦିଆ

ଦିଲ୍ଲୀ ଅବକାରୀ ନୀତି ସମ୍ପର୍କରେ ପଚରାଉଚରା ପାଇଁ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଆଜି ହାଜର ହେବାକୁ ସିବିଆଇ ସମନ ଜାରି କରିଥିଲା । କିନ୍ତୁ ସିସୋଦିଆ ତଦନ୍ତକାରୀ ସଂସ୍ଥାକୁ ଏକ ଚିଠି ଲେଖି ସମୟ ମାଗିଛନ୍ତି । ସେ କହିଛନ୍ତି ଯେ ଅର୍ଥମନ୍ତ୍ରୀ ଭାବେ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିବ । ସେ ଫେବୃଆରୀ ୨୭ ପର୍ଯ୍ୟନ୍ତ ବ୍ୟସ୍ତ ରହିବେ । ତେଣୁ ତାଙ୍କୁ ଏକ ସପ୍ତାହ ସମୟ ଦିଆଯାଉ।

ସିବିଆଇ ତାଙ୍କୁ ମଦ ନୀତି ତଦନ୍ତରେ ଯୋଗଦେବାକୁ ନୋଟିସ ପଠାଇଛି ଓ ରବିବାର ହାଜର ହେବାକୁ କହିଛି ବୋଲି ସିସୋଦିଆ ଗତକାଲି ଟ୍ୱିଟ୍ କରି କହିଥିଲେ ।

ଉଲ୍ଲେଖଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ସିବିଆଇ ପୂର୍ବରୁ ଦୁଇଥର ସିସୋଦିଆଙ୍କୁ ଜେରା କରିସାରିଛି ।

Share

Leave a Reply

Your email address will not be published. Required fields are marked *

4 + ten =