ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ

ବ୍ରଜରାଜନଗର ଉପନିର୍ବାଚନରେ ବିଧାୟକ ବାଛୁଛନ୍ତି ଭୋଟର । ଦିନ ୩ଟା ସୁଦ୍ଧା ୫୭ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳାରେ ଚାଲିଛି ଭୋଟ ଗ୍ରହଣ । କରୋନା ଓ ଖରାକୁ ନଜରରେ ରଖି ଭୋଟରଙ୍କ ପାଇଁ ବ୍ୟବସ୍ଥା ହୋଇଛି । ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ୨୨ଟି ନୂଆ ବୁଥ୍ ସମେତ ୨୭୯ ବୁଥରେ ମତଦାନ ଚାଲିଛି । ୬୦ଟି ସମ୍ବେଦନଶୀଳ ବୁଥରେ ମାଇକ୍ରୋ ଅବଜରଭର ଓ ସେଣ୍ଟ୍ରାଲ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଏଥିସହ ୩୦ଟି ମଡେଲ ପୋଲିଂ ସହ ୫ଟି ପିଙ୍କ୍ ବୁଥରେ ଚାଲିଛି ଭୋଟିଂ। ଏହି ୫ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ନିଯୁକ୍ତ ରହିଛନ୍ତି । ବ୍ରଜରାଜନଗର ଉପନିର୍ବାଚନରେ ୧୨୮୮ ଜଣ ପୋଲିଂ ଅଫିସର ନିଯୁକ୍ତ ହୋଇଥିବା ବେଳେ, ଆଇନ ଶୃଙ୍ଖଳା ପାଇଁ ୧୦୦୦ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ସେହିଭଳି ସମ୍ବେଦନଶୀଳ ବୁଥରେ ୩ କମ୍ପାନୀ ସେଣ୍ଟ୍ରାଲ ଆର୍ମ ଫୋର୍ସ ମୁତୟନ ହୋଇଛନ୍ତି । ୫୦ ପ୍ରତିଶତ ବୁଥରେ ଓ୍ବେବକାଷ୍ଟିଂ କରାଯାଉଛି । ବରିଷ୍ଠ ଭୋଟର ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସବୁ ବୁଥରେ ରାମ୍ପ, ହ୍ବିଲଚେୟାର ସହ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − 13 =