ଜାମ୍ମୁ କାଶ୍ମୀରରେ ପୁଣି ବଡ଼ ସଡ଼କ ଦୁର୍ଘଟଣା; ଖାଇକୁ ଖସିଲା ବସ୍, ୭ମୃତ

ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବଡ଼ ସଡ଼କ ଦୁର୍ଘଟଣା ହୋଇଛି । ରାଜୌରୀ ହୋଇଥିବା ଏହି ଭୟଙ୍କର ଦୁର୍ଘଟଣାରେ ଏକ ବସ୍ ଖାଇରେ ଖସିପଡିଛି । ଏହି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଥିବା ଖବର ରହିଛି । ଦୁର୍ଘଟଣାର ଖବର ପାଇବା ମାତ୍ରେ ସେନା, ପୋଲିସ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି । ସ୍ଥାନୀୟ ପ୍ରଶାସନ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଏପର‌୍ୟ୍ୟନ୍ତ ଘଟଣାସ୍ଥଳରୁ ୭ଟି ମୃତଦେହ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ଡାକ୍ତରଖାନା ନିଆଯାଇଛି । ତେବେ ଦୁର୍ଘଟଣାର ଶିକାର ହୋଇଥିବା ଏହି ବସ୍ଟି ପୁଞ୍ଚରୁ ଜାମ୍ମୁକୁ ଯାଉଥିଲା । ଏଠାରେ ସୂଚନାଥାଉକି, ବୁଧବାର ଦିନ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ମଣ୍ଡି ତହସିଲ ସୀମାବର୍ତ୍ତୀ ସାବଞ୍ଜିଆର ବୁରାରୀ ନାଲା ଅଞ୍ଚଳରେ ଦ୍ରୁତ ଗତିରେ ଆସୁଥିବା ଏକ ମିନିବସ୍ ୨୫୦ ଫୁଟ ଖାଇରେ ଖସିପଡିଥିଲା । ଏଥିରେ ୧୨ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୮ ଜଣ ଆହତ ହୋଇଥିଲେ । ତେବେ ମୃତକଙ୍କ ମଧ୍ୟରେ ତିନିଜଣ ସ୍କୁଲ ଛାତ୍ର ଏବଂ ଚାରିଜଣ ମହିଳା ଥିଲେ । ଏହି ଦୁର୍ଘଟଣାରେ ଦଶ ଜଣ ସ୍କୁଲ ଛାତ୍ର ମଧ୍ୟ ଆହତ ହୋଇଛନ୍ତି । କୁହାଯାଉଛି ଯେ ନିୟମକୁ ଅବମାନନା କରି ଏହି ବସ୍ରେ ଅଧିକ ଯାତ୍ରୀ ଭର୍ତ୍ତି ହୋଇଥିଲେ । ୨୪ ସିଟ୍ ବିଶିଷ୍ଟ ଏହି ବସରେ ପ୍ରାୟ ୪୦ ଜଣ ଲୋକ ଥିଲେ । ବୁଧବାର ହୋଇଥିବା ଏହି ସଡ଼କ ଦୁର୍ଘଟଣା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

11 + fifteen =