ଜଷ୍ଟିସ ରଞ୍ଜନ ଗୋଗୋଇ ହେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ରଞ୍ଜନ ଗୋଗୋଇ | ଭାରତୀୟ ସୁପ୍ରିମକୋର୍ଟର ଅଧୁନା ମୁଖ୍ୟ ବିଚାରପତି ଦୀପକ ମିଶ୍ର ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନାଁ ପ୍ରସ୍ତାବ କରିଛନ୍ତି | ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆସନ୍ତା ଅକ୍ଟୋବର ୩ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିବାର ଅନୁମାନ କରାଯାଇଛି | ଜଷ୍ଟିସ ରଞ୍ଜନ ଗୋଗୋଇ ୨୦୦୧ ଫେବୃଆରୀ ୨୮ ତାରିଖରେ ଗୁଆହାଟୀ ହାଇକୋର୍ଟର ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ | ତା ପରେ ପଂଜାବ ଓ ହରିୟାଣା କୋର୍ଟରେ ୨୦୧୦ରେ ଦାୟିତ୍ଵ ନେଲେ |ମୁଖ୍ୟ ବିଚାରପତି ଭାବେ ୨୦୧୧ରେ ଦାଇତ୍ଵ ନେଲେ|୨୦୧୨ରେ ସୁପ୍ରିମକୋର୍ଟରେ ଜର୍ଜ ଭାବେ ଦାଇତ୍ଵ ନିର୍ବାହ କରିଆସୁଥିଲେ|

Share

Leave a Reply

Your email address will not be published. Required fields are marked *

11 − two =