Friday, October 30, 2026
Latestଜାତୀୟ

ଉତ୍ତରାଖଣ୍ଡ ରେ ଭୁକମ୍ପ ଝଟକା

ଉତ୍ତରାଖଣ୍ଡର ଉତ୍ତରକାଶୀରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ୪.୧ ତୀବ୍ରତା ରେକର୍ଡ ହୋଇଥିବା ସୂଚନା ମିଳିଛି । ଏବେ ଯାଏଁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଶନିବାର ସକାଳେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା।
ଖବର ଅନୁସାରେ, ଶନିବାର ସକାଳ ପ୍ରାୟ ୫ଟା ୩ ମିନିଟରେ ଉତ୍ତରାଖଣ୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ରିକ୍ଟେର ସ୍କେଲରେ ୪.୧ ଥିବା ଜଣାପଡିଛି । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ତେବେ ଭୂକମ୍ପର ଝଟକା ଅନୁଭୂତ ହେବା କ୍ଷଣି ଲୋକମାନେ ଘର ବାହାରକୁ ଦୌଡି ଆସିଥିଲେ । ହେଲେ ଏବେ ଯାଏଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।
ଏହାର ତୀବ୍ରତାରେ କୌଣସି କ୍ଷୟକ୍ଷତିର ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତ କିଛିଦିନ ତଳେ ଜମ୍ମୁ କାଶ୍ମୀରର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଫେବୃଆରୀ ୧୦ ତାରିଖରେ ଜମ୍ମୁ କାଶ୍ମୀରରେ ୩.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଥିଲା।

Share

Leave a Reply

Your email address will not be published. Required fields are marked *

2 × three =