ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନଙ୍ଗଙ୍କ ବୋହୂ ଅଦ୍ରିଜା

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି। ବାସ୍ତବରେ ଅଦ୍ରିଜା ମଂଜରୀ ହେଉଛନ୍ତି ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କ ପତ୍ନୀ । ତେବେ ପରିବାରରେ ଲାଗିଥିବା ଝଗଡା ନେଇ ଅଦ୍ରିଜା ରାଜ ପରିବାରର ୫ ଜଣଙ୍କ ନାଁରେ ଡେରାଡୁନ୍‌ର ରାଜପୁତ ରୋଡ୍‌ ଥାନାରେ ଏତଲା ଦେଇଥିଲେ । ଶ୍ୱଶୁର ଅନଙ୍ଗ ଉଦୟ ସିଂହଦେଓ, ଶାଶୂ ବିଜୟଲକ୍ଷ୍ମୀ ସିଂହଦେଓ, ଦେଢ଼ଶୁର କଳିକେଶ ନାରାୟଣ ସିଂହଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂହଦେଓ ଓ ସ୍ବାମୀ ଅର୍କେଶ ସିଂହଦେଓଙ୍କ ନାଁରେ ଥାନାରେ ଲିଖିତ ଭାବରେ ଅଭିଯୋଗ ଦେଇଥିଲେ । ଆଉ ଆଜି ସେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏନେଇ ଆଲୋଚନା କରିବା ସହ ପୁଲିସ କିଛି କରୁନାହିଁ ବୋଲି ଜଣାଇଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପୁଲିସକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ କୌଣସି ଅପରାଧୀଙ୍କୁ ଛଡ଼ାଯିବ ନାହିଁ। ଏହା ସହ ଧାମୀ କହିଛନ୍ତି ଯେ ଦୋଷୀ ଯେତେ ପ୍ରଭାବଶାଳୀ ହୁଅନ୍ତୁ ନା କାହିଁକି, ସେମାନେ ତଦନ୍ତ ଉପରେ ପ୍ରଭାବ ପକାଇ ପାରିବେ ନାହିଁ। ଏହା ସହ ସେ କହିଛନ୍ତି ଯେ ଅଦ୍ରିଜା ମଞ୍ଜରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ।

ସୂଚନା ଯୋଗ୍ୟ ଯେ, ବରିଷ୍ଠ ରାଜନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ସାନ ପୁଅ ଅର୍କେଶଙ୍କୁ ଗତ ୨୦୧୭ ମସିହାରେ ବିବାହ କରିଥିଲେ ଅଦ୍ରିଜା ମଂଜରୀ ସିଂହ। ଅଦ୍ରିଜା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହଙ୍କ ନାତୁଣୀ। ୨୦୧୯ ନିର୍ବାଚନରେ ଅର୍କେଶ ବଲାଙ୍ଗୀର ବିଧାନସଭା ଆସନ ପାଇଁ ଟିକଟ ପାଇବା ପରେ ଅଦ୍ରିଜା ବି ପ୍ରଚାର ମଙ୍ଗ ଧରିଥିଲେ। ନିର୍ବାଚନରେ ଅର୍କେଶ ପରାସ୍ତ ହେବା ପରେ ଡେରାଡୁନରେ ଥିବା ଅନଙ୍ଗ ଉଦୟ ସିଂହଦେଓଙ୍କ ଘରେ ସ୍ୱାମୀ-ସ୍ତ୍ରୀ ରହୁଥିଲେ। ଉଭୟଙ୍କ ଦାମ୍ପତ୍ୟ ଜୀବନ ଠିକ୍‌ଠାକ୍‌ ଚାଲିଥିବା ବେଳେ ଗତ ଅଗଷ୍ଟ ମାସରୁ ଉଭୟଙ୍କ ଭିତରେ ବିବାଦ ଆରମ୍ଭ ହୋଇଛି।

Share

Leave a Reply

Your email address will not be published. Required fields are marked *

fifteen + sixteen =