ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ୭୪ତମ ଗଣତନ୍ତ୍ର ଦିବସ ପାଳିତ

କଳିଙ୍ଗନଗର: ପୂର୍ଣ୍ଣ ଆନନ୍ଦ ଉଲ୍ଲାସ ଓ ଉତ୍ସାହର ସହ ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ କଳିଙ୍ଗନଗର ସ୍ଥିତ ଜେନେରାଲ ଅଫିସ ପରିସରରେ ୭୪ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି ।
ଡିଭିଜନର ବରିଷ୍ଠ ଅଧିକାରୀ ଏବଂ ଗୋଷ୍ଠୀର ନେତୃବୃନ୍ଦଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ଲଜିଷ୍ଟିକ୍ସ ଅପରେସନ୍ସ ବିଭାଗର ମୁଖ୍ୟ ଶ୍ରୀ ସି ଏଲ୍ କର୍ଣ୍ଣ ଜାତୀୟ ପତାକା ଉତୋଳନ କରିଛନ୍ତି ।
ଏହି ଅବସରରେ ଶ୍ରୀ ସି ଏଲ୍ କର୍ଣ୍ଣ କହିଛନ୍ତି ଯେ, “ଯେଉଁ ମୂଲ୍ୟବୋଧ ଓ ଦର୍ଶନ ଆମକୁ ଆଗକୁ ବଢ଼ାଉଛି ସେହି ପ୍ରତିବଦ୍ଧତାର ନବୀକରଣ କରିବା ଲାଗି ଭାରତର ଗଣତନ୍ତ୍ର ଦିବସ ଏକ ଉତମ ସମୟ । ଏହି ଗଣତନ୍ତ୍ର ଦିବସ ଅବସରରେ ଚାଲନ୍ତୁ ରାଷ୍ଟ୍ର ଗଠନ ପାଇଁ ଯୋଗଦାନ କରିବା ଏବଂ ଭାରତକୁ ଦୁନିଆର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବାରେ ସଂକଳ୍ପ ନେବା ।’’
ଉତ୍ସବ ପାଳନ ଅବସରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ନିରାପତା ଓ ଅଗ୍ନିଶମ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen − 11 =