ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?
ମେଷ : ଆଜି ଆପଣଙ୍କ ପାଇଁ ଶୁଭ ଦିନ । କର୍ମକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ ଓ ବୃତ୍ତିଗତ ସଫଳତା ଆତ୍ମବିଶ୍ୱାସ ବଢ଼ାଇବ । ବ୍ୟବସାୟରେ ନୂଆ ନିଷ୍ପତ୍ତି ଲାଭଦାୟକ ହେବ । ପରିବାରର ସହଯୋଗ ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ, ତେଣୁ ଆର୍ଥିକ ଯୋଜନା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଓ ଅନାବଶ୍ୟକ ଯାତ୍ରା ଏଡ଼ାନ୍ତୁ ।
ବୃଷ : ଆଜି ଦିନଟି ମିଶ୍ର ଫଳଦାୟକ । କାମର ଚାପ ଅଧିକ ରହିବ ଓ ନୂଆ ଦାୟିତ୍ୱ ମିଳିପାରେ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । କ୍ରୋଧ ଓ କଥାବାର୍ତ୍ତାରେ ସଂଯମ ରଖନ୍ତୁ, ନଚେତ୍ ବିବାଦ ହୋଇପାରେ । ଧାର୍ମିକ ଓ ସାମାଜିକ କାର୍ଯ୍ୟରେ ଆଗ୍ରହ ବଢ଼ିବ । ଥକାପଣ ଅନୁଭବ କରିପାରନ୍ତି, ତେଣୁ ବିଶ୍ରାମ ନିଅନ୍ତୁ ।
ମିଥୁନ : ଆଜି ସାଧାରଣ ଦିନ ରହିବ । କର୍ମକ୍ଷେତ୍ରରେ କିଛି ବାଧା ଆସିଥିଲେ ମଧ୍ୟ ପରିଶ୍ରମରେ ସଫଳତା ମିଳିବ । ବ୍ୟବସାୟ ସ୍ଥିର ରହିବ । ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପରିବାରରେ ମତଭେଦ ଏଡ଼ିବାକୁ କଥାବାର୍ତ୍ତାରେ ସାବଧାନ ରୁହନ୍ତୁ । ସ୍ୱାସ୍ଥ୍ୟ ଓ ଖାଦ୍ୟପାନୀୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।
କର୍କଟ : ଆଜି ଗ୍ରହସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଚାକିରି ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ପରିବାର ସହ ଖୁସିରେ ସମୟ କାଟିବେ । ନୂଆ ନିବେଶ କରିବା ପୂର୍ବରୁ ଭଲଭାବେ ଭାବନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ସିଂହ : ଆଜି ଆପଣଙ୍କ ପାଇଁ ଶୁଭ ସମୟ । ବ୍ୟବସାୟରେ ଲାଭ ଓ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । କଠିନ ପରିଶ୍ରମର ଭଲ ଫଳ ମିଳିବ । ପରିବାର ଓ ବନ୍ଧୁଙ୍କ ସହଯୋଗ ମନକୁ ଖୁସି ଦେବ । ସମ୍ପତ୍ତି କିମ୍ବା ସେୟାର ବଜାରରେ ନିବେଶ କରିବାବେଳେ ସତର୍କ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।
କନ୍ୟା : ଆଜି ଦିନଟି ଶୁଭ ରହିବ । ବ୍ୟବସାୟରେ ଭଲ ଲାଭ ହେବ ଓ ବେକାରଙ୍କ ପାଇଁ ନୂଆ ଚାକିରିର ସୁଯୋଗ ସୃଷ୍ଟି ହେବ । କାମର ବ୍ୟସ୍ତତାରେ ଶାରୀରିକ ଓ ମାନସିକ କ୍ଳାନ୍ତି ଅନୁଭବ କରିପାରନ୍ତି । କ୍ରୋଧ ନିୟନ୍ତ୍ରଣରେ ରଖନ୍ତୁ ଓ ଲୋଭରୁ ଦୂରେଇ ରୁହନ୍ତୁ । ବାହାର ଖାଦ୍ୟ ପରିହାର କରନ୍ତୁ ।
ତୁଳା : ଆଜି ମିଶ୍ର ଫଳ ମିଳିବ । ବ୍ୟବସାୟରେ କିଛି ଛୋଟ ସମସ୍ୟା ଦେଖାଦେଇପାରେ, କିନ୍ତୁ ଶେଷରେ ଲାଭ ହେବ । ପରିବାର ସହ ସମୟ କାଟିବେ ଓ ଜୀବନସାଥୀଙ୍କ ସହ ଆଲୋଚନାରେ ସମସ୍ୟାର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଧାର୍ମିକ ଯାତ୍ରାର ସମ୍ଭାବନା ରହିଛି ।
ବିଛା : ଆଜି ସାଧାରଣ ଦିନ । କାମରେ ବାଧା ଆସିଥିଲେ ମଧ୍ୟ ପରିଶ୍ରମ ସଫଳତା ଆଣିବ । ବଡ଼ ଆର୍ଥିକ କାରବାର ଓ ନୂଆ ନିବେଶରୁ ଦୂରେଇ ରୁହନ୍ତୁ । କୋର୍ଟ-କଚେରି ମାମଲାରେ ସତର୍କତା ଆବଶ୍ୟକ । ପରିବାରରେ ଶାନ୍ତି ରହିବ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।
ଧନୁ : ଆଜି ଭଲ ଦିନ ରହିବ । କାର୍ଯ୍ୟରେ ସଫଳତା ମିଳିବ ଓ ଅଧିକାରୀଙ୍କ ପ୍ରଶଂସା ପାଇପାରନ୍ତି । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ବ୍ୟବସାୟରେ ଉନ୍ନତି ଓ ସମ୍ପତ୍ତିରେ ଲାଭ ହେବ । ଅନାବଶ୍ୟକ ଆର୍ଥିକ କାରବାରରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।
ମକର : ଆଜି ମିଶ୍ର ଫଳ ମିଳିବ । କାମର ଚାପ ଅଧିକ ଥିଲେ ମଧ୍ୟ ସହକର୍ମୀଙ୍କ ସହଯୋଗରେ ସଫଳତା ପାଇବେ । ଉପରିସ୍ଥ ଅଧିକାରୀ ଆପଣଙ୍କ କାମରେ ସନ୍ତୁଷ୍ଟ ରହିବେ । ପରିବାରରେ ଶୁଭ କାର୍ଯ୍ୟ ହୋଇପାରେ । ଗାଡ଼ି ଚଳାଇବାବେଳେ ସତର୍କ ରୁହନ୍ତୁ ଓ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କୁମ୍ଭ : ଆଜି ସାଧାରଣ ଦିନ । ବ୍ୟବସାୟରେ ଲାଭ ଓ ବିସ୍ତାର ପାଇଁ ନୂଆ ଯୋଜନା କରିପାରନ୍ତି । ତେବେ ନୂଆ ପ୍ରକଳ୍ପ ଆରମ୍ଭ କରିବାରେ ତ୍ୱରାହୁଡ଼ କରନ୍ତୁ ନାହିଁ । ଖର୍ଚ୍ଚ ବଢ଼ିପାରେ । କ୍ରୋଧ ଓ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ।
ମୀନ : ଆଜି ଆପଣଙ୍କ ପାଇଁ ଶୁଭ ଓ ଫଳପ୍ରଦ ଦିନ । କର୍ମକ୍ଷେତ୍ର ଓ ବ୍ୟବସାୟରେ ସଫଳତା ସହ ଆର୍ଥିକ ଲାଭର ସୁଯୋଗ ରହିଛି । ଅପ୍ରତ୍ୟାଶିତ ଧନଲାଭ ହୋଇପାରେ । ପରିବାର ଓ ବନ୍ଧୁଙ୍କ ସହଯୋଗରେ ମନୋବଳ ବଢ଼ିବ । ଆଳସ୍ୟ ଛାଡ଼ି କାମରେ ମନୋନିବେଶ କରନ୍ତୁ । ଖର୍ଚ୍ଚ ନିୟନ୍ତ୍ରଣରେ ରଖିଲେ ଆର୍ଥିକ ସ୍ଥିତି ମଜବୁତ ରହିବ । ସ୍ୱାସ୍ଥ୍ୟ ଭଲ ରହିବ ।

