ମାଓ କ୍ୟାମ୍ପରୁ ଆସିଲା ରାକେଶ୍ୱରଙ୍କ ଫଟୋ

ଛତିଶଗଡ: ମାଓବାଦୀଙ୍କ କବଜାରେ ଥିବା କୋବ୍ରା ଯବାନ ରାକେଶ୍ୱର ସିଂ ମନହସଙ୍କ ଫଟୋ ଆସିଛି । ମାଓବାଦୀ ତାଙ୍କୁ ବନ୍ଧକ ରଖିଥିବା ବେଳେ ଆଜି ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଫଟୋରୁ ଜଣାପଡ଼ୁଛି ମାଓବାଦୀଙ୍କ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ଯବାନ । ତେବେ ତାଙ୍କୁ ସୁରକ୍ଷିତ ଫେରାଇବା ଲାଗି ମଧ୍ୟସ୍ଥିଙ୍କ ତାଲିକା ପଠାଇବାକୁ ସନ୍ଦେଶ ଦେଇଛନ୍ତି ମାଓାବଦୀ । ଛତିଶଗଡ଼ରେ ମାଓ ହମଲା ପରେ ଯବାନ ରାଜେଶ୍ୱର ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କୁ ମାଓବାଦୀମାନେ ବନ୍ଧକ ରଖିଛନ୍ତି ।

ଅନ୍ୟପକ୍ଷେ ରାକେଶ୍ୱରଙ୍କୁ ରିହାତି ଦାବିରେ ଅଡି ବସିଛନ୍ତି ପରିବାର । ପରିବାର ଲୋକ କହିଛନ୍ତି, ଯେମିତି ସରକାର ଅଭିନନ୍ଦନଙ୍କ କଥା ଚିନ୍ତା କରୁଥିଲେ ସେମିତି ଏବେ ରାକେଶ୍ୱରଙ୍କୁ ଫେରାଇ ଆଣିବା କଥା ବିଚାର କରନ୍ତୁ । ଯଦି ପାକିସ୍ତାନ ବିପକ୍ଷରେ ଏତେ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତେବେ ଆମ ପୁଅ କଥା ଚିନ୍ତା କରିବାରେ ଏତେ ବିଳମ୍ୱ କାହିଁକି ।ଏନେଇ ଆଜି ରାକେଶ୍ୱରଙ୍କ ପରିବାର ଲୋକେ ଏହି ଦାବି ନେଇ ଜାମ୍ମୁ ପୁଞ୍ଛ ଜାତୀୟ ରାଜପଥ ଅବରୋଧ କରିଥିଲେ । ତୁରନ୍ତ ସରକାର ଏ ଦିଗରେ କିଛି ଠୋସ୍ ପଦକ୍ଷେପ ନେବାକୁ ଦାବି କରିଛନ୍ତି ପରିବାର ଲୋକେ ।

Share

Leave a Reply

Your email address will not be published. Required fields are marked *

3 × five =