Friday, October 30, 2026
Health

ପେଟ ରୋଗରୁ ମୁକ୍ତି ପାଆନ୍ତୁ ଏହି ଉପାୟରେ, ପଢନ୍ତୁ…

ପେଟ ରୋଗ ଏକ ବଡ ସମସ୍ୟା। ଏଥିରେ ପିଡିତ ଥିବା ବ୍ୟକ୍ତିଙ୍କୁ ବହୁତ ଯନ୍ତ୍ରଣା ହୋଇଥାଏ। ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ମଣିଷ ବହୁତ ଚେଷ୍ଟା କରେ, ହେଲେ ଏହି କଷ୍ଟକୁ ଦୂରାଇ ପାରେ ନାହିଁ। ତେବେ ଆଜି ଆମେ ଆପଣଙ୍କୁ ପେଟ ରୋଗରୁ ରକ୍ଷା ପାଇବା ପାଇଁ କିଛି ଉପାୟ ଜଣାଇବୁ।
-ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ।
– ପୋଦିନା ପତ୍ରକୁ ବାଟି ତାର ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ।
-ଖାଇବା ପୂର୍ବରୁ ୧ ଗ୍ଲାସ ଗରମ ପାଣି ପିଇବା ଦ୍ବାରା ଅଜୀର୍ଣ୍ଣ ଦୂର ହୁଏ।
-ଖାଦ୍ୟ ଖାଇବା ପରେ ଖଣ୍ଡେ ଅଦା ଚୋବାଇ ଖାଇଲେ ପେଟର ବାୟୁ, ଅଜୀର୍ଣ୍ଣ, ବାନ୍ତି ଓ ନାଳ ଝାଡା ଆଦି ଭଲ ହୋଇଥାଏ।
-ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ।
-ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଚା’ଭଳି ଧୀରେ ଧୀରେ ପିଇଲେ ଭଲ କାର୍ୟ୍ୟ କରିଥାଏ।ପ୍ରତ୍ୟକ ଢ଼ୋକ ଏକ ମିନିଟ୍ ପାଟିରେ ରଖି ତା’ପରେ ଗିଳିବା ଉଚିତ୍।
-ଅଜୀର୍ଣ୍ଣ ଓ ଯକୃତ ରୋଗରେ ମେଥି ଶାଗ ଖାଇଲେ ରୋଗ ଭଲ ହୁଏ।
-ଝାଡ଼ା ଯିବାପରେ ପେଟରେ ଯନ୍ତ୍ରଣା ହେଲେ ଗୋଟିଏ ଗ୍ଲାସ ଦହିରେ ଫାଳେ ଲେମ୍ବୁ ରସ ମିଶାଇ ଦିନକୁ ୩ଥର ଦୁଇଦିନ ପିଇଲେ ରୋଗ ଭଲ ହୁଏ।
-ତିନି ଚାରୋଟି ରସୁଣ କୋଲାକୁ ରାଶିରେ ବାଟି ଖାଇଲେ ପେଟ ରୋଗ ଭଲ ହୁଏ।
-ଡାଇରିଆ, ବାନ୍ତି ଓ ଅଜୀର୍ଣ୍ଣ ରୋଗରେ ତଟକା ଘୋଳ ଦହି ସହିତ ଦୁଇ ଚାମୁଚ ଧନିଆ ରସ ମିଶାଇ ଖାଇଲେ ରୋଗ ଭଲ ହୁଏ।
-୩୦ଗ୍ରାମ ପିଆଜ, ୭ଟି ଗୋଲମରିଚ ଅଧା ଚାମୁଚ ଚିନି ମିଶାଇ ବାଟି , ସେଇ ବଟାକୁ ଖାଇଲେ ତରଳ ଝାଡା ଓ ବାନ୍ତି ଭଲ ହୁଏ।
-ପୁରାତନ ଝାଡା ଓ ପେଟ ଫମ୍ପା ରୋଗରେ ଏକ ଗ୍ଲାସ ଦହିରେ ୧ଚାମୁଚ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଉପକାର ମିଳିଥାଏ।
-ପିତ୍ତ ଦୋଷ, ଅଜୀର୍ଣ୍ଣ ବାନ୍ତି ଓ ଡାଇରିଆ ରୋଗରେ ଏକ ଗ୍ଲାସ ପାଣିରେ ଚାମୁଚେ ଜିରା ପକାଇ ଅଧ ଗ୍ଲାସ ପାଣି ରହିବା ପର୍ୟ୍ୟନ୍ତ ତାକୁ ଫୁଟାଇ ଥଣ୍ଡା କରି ଛାଣି ସେଥିରେ ଚାମୁଚେ ଧନିଆ ପତ୍ର ରସ ଓ ଟିକେ ଲୁଣ ମିଶାଇ ଦୁଇଥର ଖାଦ୍ୟ ଖାଇ ସାରିବା ପରେ ପିଇଲେ ରୋଗ ଭଲ ହୁଏ।
-ପ୍ରାତଃ କାଳରେ ୧କପ ଲାଉରସ ପିଇବା ଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ।

Share

Leave a Reply

Your email address will not be published. Required fields are marked *

two × 3 =