ଛଣା ତେଲ ବାରମ୍ବାର ବ୍ୟବହାର କରୁଛନ୍ତି କି ? କରନ୍ତୁନି…

ଘରେ ପକୁଡି କିମ୍ବା ପୁରୀ ଅଥବା ଅନ୍ୟ କିଛି ଛାଣି ସାରିଲା ପରେ କଡେଇରେ ବଳକା ତେଲ ରହିଯାଇଥାଏ। ଯାହାକୁ ଅଧିକାଂଶ ଲୋକ ପୁଣି ରାନ୍ଧିବାରେ ବ୍ୟବହାର କରିବା ପାଇଁ ରଖିଦିଅନ୍ତି। କିଛି ଲୋକ ଏହି ତେଲରେ ତରକାରୀ ରୋଷେଇ କରିଦିଅନ୍ତି ତ ଆଉ କିଛି ପରେ ରୋଷେଇ କରିବା ପାଇଁ ଡବାରେ ଭରି ରଖି ଦିଅନ୍ତି। ତେବେ ଆପଣଙ୍କୁ ବୋଧେ ଜଣା ନଥିବ ଏହି ତେଲକୁ ପୁନର୍ବାର ବ୍ୟବହାର କରିବା ଦ୍ବାରା ଏହା ସ୍ବାସ୍ଥ୍ୟକୁ ହାନି ପହଁଞ୍ଚାଇଥାଏ।
ଗୋଟିଏ ଥର ବ୍ୟବହାର ହୋଇଥିବା ତେଲକୁ ଆଉଥରେ ଖାଦ୍ୟ ପଦାର୍ଥରେ ପ୍ରୟୋଗ କରିବା ଦ୍ବାରା କର୍କଟ ଭଳି ଭୟଙ୍କର ରୋଗର ଆଶଙ୍କା ରହିଥାଏ। କାରଣ ବାରମ୍ବାର ତେଲକୁ ଗରମ କରିବା ଦ୍ବାରା ସେଥିରେ ଧୀରେ ଧୀରେ ଫ୍ରୀ ରେଡିକୁଲସ ସୃଷ୍ଟି ହୋଇଯାଇଥାଏ। ଏହି କାରଣରୁ ଏହି ତେଲରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ସମାପ୍ତ ହେବା ସହ କ୍ୟାନ୍ସରର ଜୀବାଣୁ ଜନ୍ମ ନେଇଥାଏ। ଏମିତିରେ ଏହି ତେଲକୁ ବ୍ୟବହାର କରିବା ଦ୍ବାରା ଖାଦ୍ୟ ସହିତ କ୍ୟାନ୍ସରର କୀଟାଣୁ ମଧ୍ୟ ଲାଖି ରହି ଆମ ଶରୀରରେ ପ୍ରବେଶ କରିଥାନ୍ତି । ଯାହା ସ୍ବାସ୍ଥ୍ୟକୁ ବହୁତ ବଡ଼ କ୍ଷତି ପହଁଞ୍ଚାଇଥାଏ।
ଥରେ ବ୍ୟବହାର ହୋଇ ସାରିଥିବା ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଏହା ଆମ ଶରୀରରେ ଅନେକ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ। ଏହି ତେଲ ପେଟକୁ ଯିବା ଫଳରେ ଶରୀରରେ କୋଲେଷ୍ଟ୍ରଲର ସ୍ତର ବଢ଼ିଯାଇଥାଏ। ଏହା ସହିତ ଏସିଡିଟୀ ଏବଂ ହ୍ରୁଦୟ ସମ୍ବନ୍ଧୀୟ ରୋଗ ହେବାର ଭୟ ବଢ଼ି ଯାଇଥାଏ।

Share

Leave a Reply

Your email address will not be published. Required fields are marked *

1 × one =