ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ଆକ୍ରାନ୍ତ ୪୦ ରୁ ଅଧିକ ବୋଲି ସୂଚନା ମିଳିଛି। କେରଳ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଏହି ଡେଲଟା ପ୍ଲସ ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦେଖାଯାଉଛି। ମହାରାଷ୍ଟ୍ରରୁ ୨୧, ମଧ୍ୟପ୍ରଦେଶରୁ ୬, କେରଳ ଓ ତାମିଲନାଡୁରୁ ୩ ଲେଖାଏଁ , ପଞ୍ଜାବ, ଆନ୍ଧ୍ରପ୍ରଦେଶ, ଜମ୍ମୁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ଏବେ ଦୈନିକ ଟିକାକରଣ ପୂର୍ବ ଅପେକ୍ଷା ଅଧିକ ରହିଛି। ଏହାସହ ଦେଶରେ ଏଯାବତ ୨୯ କୋଟିରୁ ଅଧିକ ଲୋକେ
ଟିକା ନେଇ ସାରିଛନ୍ତି।

Share

Leave a Reply

Your email address will not be published. Required fields are marked *

1 + two =