ଲିପଷ୍ଟିକ୍ ମହିଳାଙ୍କ ଆତ୍ମବିଶ୍ୱାସ ବଢାଏ

ମହିଳାମାନେ ମେକ୍ଅପ୍ ପ୍ରିୟ। ମୁହଁର ମେକ୍ଅପ୍ ବେଳେ ଓଠ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କାରଣ ଓଠର ମେକ୍ଅପ୍ ସୌନ୍ଦର‌୍ୟ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। ଏହାସହ ଆକର୍ଷଣୀୟ ଲୁକ୍ ବି ଦେଇଥାଏ। ସେଥିପାଇଁ ଓଠ ମେକ୍ଅପ୍ ପାଇଁ ସେମାନେ ସାଧାରଣତଃ ଲିପ୍ଷ୍ଟିକ୍, ଲାଇନର୍ ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି।
ଏକ୍ସପର୍ଟମାନେ ମଧ୍ୟ ନିଜ ସ୍କିନ୍ ମୁତାବକ୍ ଲିପ୍ଷ୍ଟିକ୍ କଲର୍ ବାଛିବାକୁ ଉପଦେଶ ଦେଇଥାନ୍ତି। ଆପଣ ଜାଣିଛନ୍ତି, ଲିପ୍ଷ୍ଟିକ୍ କେବଳ ସୌନ୍ଦର‌୍ୟ୍ୟ ବଢ଼ାଇ ନଥାଏ, ଏହାର ଅନେକ ଉପକାରିତା ମଧ୍ୟ ରହିଛି।
ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ଏହାର ଉପକାର।
ଏହା ଆପଣଙ୍କୁ ସୂର‌୍ୟ୍ୟକିରଣରୁ ରକ୍ଷା କରି କରିବା ସହ ଓଠକୁ କୋମଳ ରଖିଥାଏ।
ଲିପ୍ଷ୍ଟିକ୍ ଆପଣଙ୍କ ଲୁକ୍କୁ ବଦଳାଇ ଦିଏ। ଠିକ୍ କଲର୍ ବାଛିଲେ ତାହା ଓଠକୁ ଏକ ଭିନ୍ନ ଲୁକ୍ ଦେଇଥାଏ।
ଏକ ଗବେଷଣାରୁ ଜଣାପଡ଼ିଛି ଲିପ୍ଷ୍ଟିକ୍ ଲଗାଉଥିବା ମହିଳା ଖୁବ୍ କନ୍ଫିଡେଣ୍ଟ୍ ଓ ପାୱାର୍ଫୁଲ୍ ଅନୁଭବ କରିଥାଆନ୍ତି। ଏମିତି ମହିଳା ଅନ୍ୟଙ୍କୁ ଅଧିକ ଆକର୍ଷିତ କରିଥାନ୍ତି।
ଲିପ୍ଷ୍ଟିକ୍ ଲଗାଇବା ଦ୍ୱାରା ମନୋବୈଜ୍ଞାନିକ ପ୍ରଭାବ ବି ପଡ଼ିଥାଏ। ଏହା ମସ୍ତିଷ୍କକୁ ଶାନ୍ତି ଦେବା ସହ ମହିଳାମାନଙ୍କୁ ସଶକ୍ତ କରାଇଥାଏ। ଯାହା କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ସାହସ ଯୋଗାଇଥାଏ।
ଲିପ୍ଷ୍ଟିକ୍ ଆପଣଙ୍କୁ ସେକ୍ସି ଲୁକ୍ ଦେଇଥାଏ। ଡ୍ରେସ୍ ସହ ବ୍ରାଇଟ୍ କିମ୍ବା ବ୍ଲଡ୍ ରେଡ୍ କଲର୍ ଲିପଷ୍ଟିକ୍ ସେନ୍ସୁଆଲ୍ ଅପିଲ୍ ବଢାଇଥାଏ।

Share

Leave a Reply

Your email address will not be published. Required fields are marked *

13 + eleven =