133 ପଂଚାୟତ ପାଇଁ 35.9 କୋଟି ଟଙ୍କା ମଂଜୁର

ଭୁବନେଶ୍ବର () ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5ଟି ଜିଲ୍ଲାର 5ଟି ବ୍ଲକ ପାଇଁ 35.93 କୋଟି ଟଙ୍କାର ପ୍ରକଳ୍ପ ମଂଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା ନବରଙ୍ଗପୁର ଜିଲ୍ଲାର ରାଇଘର, ଯାଜପୁର ଜିଲ୍ଲାର ଦଶରଥପୁର, ବାଲେଶ୍ବର ଜିଲ୍ଲାର ବାଲିଆପାଳ, କଟକ ଜିଲ୍ଲାର ଟାଙ୍ଗି-ଚୌଦ୍ବାର ଓ ଜଗତସିଂହପୁର ଜିଲ୍ଲାର ବିରିଡି ବ୍ଲକ

ରାଇଘର ବ୍ଲକର 26ଟି ପଂଚାୟତ ପାଇଁ 7.908 କୋଟି ଟଙ୍କାର 49ଟି ପ୍ରକଳ୍ପ, ଦଶରଥପୁର ବ୍ଲକର 35ଟି ପଂଚାୟତ ପାଇଁ 10.50 କୋଟି ଟଙ୍କାର 480ଟି ପ୍ରକଳ୍ପ, ବାଲିଆପାଳ ବ୍ଲକର 27ଟି ପଂଚାୟତ ପାଇଁ 7.29 କୋଟି ଟଙ୍କାର 305ଟି ପ୍ରକଳ୍ପ, ଟାଙ୍ଗି-ଚୌଦ୍ବାର ବ୍ଲକର 24ଟି ପଂଚାୟତ ପାଇଁ 5.73 କୋଟି ଟଙ୍କାର 350ଟି ପ୍ରକଳ୍ପ ଓ ବିରିଡି ବ୍ଲକର 21ଟି ପଂଚାୟତ ପାଇଁ 4.50 କୋଟି ଟଙ୍କାର 238ଟି ପ୍ରକଳ୍ପକୁ ମଂଜୁର କରିଛନ୍ତି ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ 241ଟି ବ୍ଲକର 5276ଟି ପଂଚାୟତର ଜନସାଧାରଣଙ୍କ ସହ ଆଲୋଚନା କରି 48,733ଟି ପ୍ରକଳ୍ପ ମଂଜୁର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନୁମୋଦିତ ପ୍ରକଳ୍ପ ପାଇଁ 1201.04 କୋଟି ଟଙ୍କା ମଂଜୁର କରାଯାଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହ ସିଧାସଳଖ କଥା ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପଗୁଡିକୁ ମଂଜୁର କରୁଛନ୍ତି । ଆଜିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

eight + 11 =