ସଲମାନ ଖାନ ଏବଂ ତାଙ୍କ ଭଉଣୀଙ୍କୁ ସମନ

ମୁମ୍ବାଇ: ଠକେଇ ଅଭିଯୋଗରେ ବଲିଉଡ଼ ଅଭିନେତା ସଲମାନ ଖାନ ଓ ତାଙ୍କ ଭଉଣୀ ଅଲଭୀରା ଖାନଙ୍କୁ ସମନ ପଠାଇଛି ଚଣ୍ଡିଗଡ଼ ପୁଲିସ। ଜଣେ ଗହଣା ବ୍ୟବସାୟୀ ସଲମାନ ଓ ତାଙ୍କ ଭଉଣୀଙ୍କ ନାଁରେ ଠକେଇ ଅଭିଯୋଗ ଆଣିଛନ୍ତି। ଏହି ମାମଲାରେ ପୁଲିସ ସଲମାନ ଓ ଅଲଭୀରାଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ପଚରାଉଚରା ପାଇଁ ନୋଟିସ୍ ପଠାଇଛି। ଏହି ୭ ଜଣଙ୍କ ଭିତରେ ବିଙ୍ଗ ହ୍ୟୁମାନ୍ ଫାଉଣ୍ଡେସନର ସିଇଓ ଓ ଅଧିକାରୀ ମଧ୍ୟ ସାମିଲ ଥିବା ନେଇ ପୁଲିସ ସୂଚନା ଦେଇଛି। ଅଭିଯୋଗ ହୋଇଛି ଯେ, ଶୋରୁମ୍ ଖୋଲିବା ପରେ ସଲମାନଙ୍କ କମ୍ପାନୀ ଦିଲ୍ଲୀରୁ ମାଲ୍ ପଠାଉନାହିଁ ଓ କମ୍ପାନୀର ୱେବସାଇଟ୍ ମଧ୍ୟ ବନ୍ଦ ଅଛି। ଚଣ୍ଡିଗଡ଼ ଏସପି କେତନ ବଂସଲ କହିଛନ୍ତି, ଜବାବ ରଖିବାକୁ ସେମାନଙ୍କ ୧୩ ଜୁଲାଇ ପର୍ଯ୍ୟନ୍ତ ସମୟ ଳଦିଆଯାଇଛି। ଯଦି ଏଥିରେ କେହି ଅପରାଧୀ ସାବ୍ୟସ୍ତ ହୁଅନ୍ତି ତାହେଲେ କାର୍ଯ୍ୟନୁଷ୍ଠାନ ନିଶ୍ଚିତ ଗ୍ରହଣ କରାଯିବ।

Share

Leave a Reply

Your email address will not be published. Required fields are marked *

fourteen − five =