Friday, October 30, 2026
ମନୋରଞ୍ଜନ

ପାର୍ବଣରେ ହେବ ‘ରୁଟି’ ରୋମାନ୍ସ

ଭୁବନେଶ୍ୱର :ସାହିତ୍ୟ ପ୍ରେମୀଙ୍କ ଅପେକ୍ଷାରେ ଖୁବ ଶୀଘ୍ର ପଡ଼ିବ ପୁର୍ଣ୍ଣଛେଦ। ଯୁବପିଢିଙ୍କ ଭିତରେ କୋଳାହଳ ସୃଷ୍ଟି କରିଥିବା ଉପନ୍ୟାସ “ଶିଡି ” ପରେ ଆସୁଛି କ୍ଷୁଦ୍ର ଗଳ୍ପ ସଂକଳନ ” ରୁଟି “। ଏ ସୂଚନା ଦେଇଛନ୍ତି ଯୁବ କଥାକାର ତଥା ଔପ୍ୟାନ୍ୟାସିକ ପାର୍ଥସାରଥୀ ରାଉତ। ବାସ୍ତବ ଜୀବନର ଝଡଝଞ୍ଜା ଭିତରେ ରୋମାନସର ରୋମାଞ୍ଚକୁ ଅତି ସୁନ୍ଦର ଭାବରେ ଶବ୍ଦରେ ସଜେଇ ପ୍ରତିଟି ପାଠକଙ୍କ ହୃଦୟରେ ଜାଗା ସୃଷ୍ଟି କରି ପରିଥିବା ପାର୍ଥସାରଥୀଙ୍କ ପଚାଶଟି ଗପକୁ ନେଇ ଦ୍ୱିତୀୟ ସୃଷ୍ଟି ରୁଟି ଖୁବ ଶୀଘ୍ର ପ୍ରକାଶ ପାଇବାକୁ ଯାଉଛି l ଆସନ୍ତା ପାର୍ବଣରେ ଏହା ଆସୁଛି ବଜାରକୁ। ଏନେଇ ସେ କହନ୍ତି କୋଟିପତି ଠୁ ନେଇ ଭିକାରି ସମେସ୍ତେ ରୁଟିରେ ଜୀବନକୁ ଦେଖନ୍ତି l ତେଣୁ ରୁଟିରେ ଜୀବନକୁ ତୋଳି ଧରିବାକୁ ମୁଁ ଏହି ପ୍ଲଟ ବାଛିଲି ।

Share

Leave a Reply

Your email address will not be published. Required fields are marked *

10 + nine =