ଅପମାନ ହେଲେ ପ୍ରିୟଙ୍କା, ଭିଡିଓ ଭାଇରାଲ

ବଲିଉଡ ସହ ପ୍ରିୟଙ୍କା ହଲିଉଡରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କେବେ କେବ ସେ ନିଜ ମନ୍ତବ୍ୟ ପାଇଁ ମଧ୍ୟ ବିବାଦରେ ରୁହନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଭାରତୀୟ ଫ୍ୟାନ୍ଙ୍କ ଅପେକ୍ଷା ଆମେରିକୀୟ ଫ୍ୟାନ୍ ଅଧିକ ସଭ୍ୟ। ଏହା ପରେ ଭାରତୀୟ ଫ୍ୟାନ୍ମାନେ ତାଙ୍କ ବହୁତ ରାଗି ଯାଇଥିଲେ।

ହେଲେ ଏବେ ଜଣେ ଆମେରିକାର ମହିଳା ଏକ ମ୍ୟାଗେଜିନ୍କୁ ଡଷ୍ଟ୍ବିନ୍ରେ ପକାଉଥିବା ଦେଖିବାକୁ ମିଳିଛି। ଏହି ମ୍ୟାଗେଜିନ୍ର କଭର୍ ପେଜ୍ରେ ପ୍ରିୟଙ୍କାଙ୍କ ଫଟୋ ରହିଛି। ଏହି ଭିଡିଓକୁ ମହିଳା ନିଜ ଟୁଇଟର୍ ଆକାଉଣ୍ଟରେ ସେୟାର କରିଛନ୍ତି। କ୍ୟାପସନ୍ ମଧ୍ୟ ଦେଇଛନ୍ତି। ସେ ଲେଖିଛନ୍ତି ଯେ, ‘ଏହି ମ୍ୟାଗେଜିନ୍ ଆଜି ତାଙ୍କ ଘରକୁ ଆସିଥିଲା।ସେ ଭାବିଲେ ଏହାକୁ ରିସାଇକ୍ଲିଂ କରିବା ବ୍ୟତୀତ ଯଦି ଡଷ୍ଟ୍ବିନ୍ରେ ପକାଯାଏ, ତା’ହେଲେ ଭଲ ହେବ।’

ପି୍ରୟଙ୍କାଙ୍କୁ ହଲିଉଡ୍ରେ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ନେଟ୍ଫ୍ଲିକ୍ସର ‘We Can Be Heroes’ ଫିଲ୍ମରେ ସେ ଅଭିନୟ କରିବେ।

Share

Leave a Reply

Your email address will not be published. Required fields are marked *

nine − five =