Friday, October 30, 2026
Latestମନୋରଞ୍ଜନ

ମୋଦି ଶୁଣିବାକୁ ଭଲ ପାଆନ୍ତି ଏହି ଗୀତ, ଜାଣନ୍ତୁ …

ନୂଆଦିଲ୍ଲୀ() ଦେଶର ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଏମିତି କିଛି କଥା ଅଛି ଯାହା ହୁଏତ ଆପଣ ଜାଣି ନଥିବେ। ବଲିଉଡ୍ର ଏକ ଫିଲ୍ମରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରେରଣା ମିଳିଥିଲା। ସେ ସେହି ଫିଲ୍ମର ଏକ ଗୀତ ଶୁଣିବା ପାଇଁ ବହୁତ ପସନ୍ଦ କରନ୍ତି।

ଏକ ସାକ୍ଷାତାକାରରେ ମୋଦିଙ୍କୁ ପଚରାଯାଇଥିଲା କେଉଁ ଗୀତ ପସନ୍ଦ କରନ୍ତି ।ମୋଦି ଉତ୍ତର କହିଥିଲେ, ଜୟ ଚିନ୍ତୋଡ଼ରେ ଲତା ମଙ୍ଗେସ୍କରଙ୍କ କଣ୍ଠର, ‘ହୋ ପବନ ବେଗ ସେ ଉଡ଼ନେ ବାଲେ ଘୋଡ଼େ’ ଗୀତକୁ ସେ ପସନ୍ଦ କରନ୍ତି ବୋଲି କହିଥିଲେ।

ମୋଦି ଆହୁରି କହିଥିଲେ ଯେ,ଫିଲ୍ମ ଦେଖିବାଲାଗି ସେ ଅଧିକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଯୁବାବସ୍ଥାରେ ନିଜ ସାଙ୍ଗମାନଙ୍କ ସହ ଫିଲ୍ମ ଦେଖିବା ପାଇଁ ଯାଆନ୍ତି। ଫିଲ୍ମ ଦେଖି ମନୋରଞ୍ଜନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ଜୀବନ ସହ ଜଡିତ କିଛି କଥା ସେହି ଫିଲ୍ମରୁ ଶିଖିବା ପାଇଁ ମିଳିଥିଲା ବୋଲି ମୋଦି କହିଥିଲେ।

Share

Leave a Reply

Your email address will not be published. Required fields are marked *

1 × 5 =