ଅଶ୍ଳୀଳ ଫଟୋ ପଠାଇ ଗିରଫ ହେଲେ ମିକା

ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହ ଦୁବାଇରେ ଗିରଫ । ବ୍ରାଜିଲ୍ର ଜଣେ ମଡେଲଙ୍କର ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ମିକା ସିଂହ । ମଡେଲ ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମିକାଙ୍କୁ ଗିରଫ କରିଛି । ମିକା ସିଂହ ଗିରଫ ହେବା ପରେ ଦୁଃଖୀ ହୋଇଛନ୍ତି ରାକ୍ଷୀ ସାଓ୍ଵନ୍ତ । ନିଜ ଇନ୍ଷ୍ଟ୍ରାଗ୍ରାମ୍ରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ମିକାଙ୍କୁ ଜାମିନ୍ରେ ଆଣିବା ପାଇଁ ସେ ଦୁବାଇ ଯିବେ ବୋଲି କହିଛନ୍ତି । ରାକ୍ଷୀ କହିଛନ୍ତି, ମିକା ମୋର ଭଲ ସାଙ୍ଗ ।
ପ୍ରସିଦ୍ଧ ଗାୟକ ଦଲେର ମହେନ୍ଦୀଙ୍କ ସହ ମିକା ସିଂହ ଦୁବାଇକୁ ଏକ ସାଂସ୍କୃତିକ କାର୍ୟ୍ୟକ୍ରମରେ ଗୀତ ଗାଇବାକୁ ଯାଇଥିଲେ । ସେଠାରେ ବ୍ରାଜିଲ୍ ମଡେଲଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଉଭୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ତେବେ ମିକା ସିଂହ ତାଙ୍କ ଅଶ୍ଳୀଳ ଫଟୋ ଉଠାଇଥିବା ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ମିକା ସିଂହଙ୍କୁ ଗିରଫ କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ମିକାଙ୍କ ମାମଲାରେ ହସ୍ତକ୍ଷେପ କରାଯାଇଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =