ଏହି ଅଭିନେତା ଏସିଆର ସବୁଠୁ ସେକ୍ସିଏଷ୍ଟ ମ୍ୟାନ୍

ମୁମ୍ବାଇ () ହ୍ରିତିକ୍ ରୋଶନ୍ଙ୍କୁ ‘ସେକ୍ସିଏଷ୍ଟ ଏସିଆନ୍ ମେଲ୍ ଅଫ୍ ଦି ୨୦୧୯’ର ଆୱାର୍ଡ଼ ମିଳିଛି। ବ୍ରିଟିସ୍ ସାପ୍ତାହିକୀ ‘ଇଷ୍ଟର୍ନ ଆଇ’ ଦ୍ୱାରା ଜାରି କରାଯାଇଥିବା ୨୦୧୯ର ‘ସେକ୍ସିଏଷ୍ଟ ଏସିଆନ୍ ମେଲ୍’ ରାଙ୍କିଂରେ ହ୍ରିତିକ୍ଙ୍କ ନାଁ ସବୁଠୁ ଉପରେ ରହିଛି। ଏହାର ଚୟନ୍ ସାରା ଦୁନିଆର ଫ୍ୟାନ୍ମାନଙ୍କ ଭୋଟିଂ ଆଧାରରେ କରାଯାଇଛି।

ହ୍ରିତିକ୍ କହିଛନ୍ତି, ‘ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ମୋତେ ଭୋଟ୍ ଦେଇଛନ୍ତି। ମୁଁ କାହାକୁ ବି ତାଙ୍କ ଲୁକ୍ରୁ ଜଜ୍ କରେ ନାହିଁ। ତେଣୁ ମୁଁ ମଧ୍ୟ ନିଜ ଲୁକ୍ ଉପରେ ବିଶେଷ ଧ୍ୟାନ ଦିଏ ନାହିଁ। ମୋତେ ବ୍ୟକ୍ତିର ଯାତ୍ରା ଓ କାହାଣୀ ହିଁ ଆକର୍ଷିତ କରିଥାଏ।’ ତେବେ ଏହି ତାଲିକାରେ ଦ୍ୱିତୀୟ ନମ୍ବରରେ ପୂର୍ବଥରର ବିଜେତା ଶାହିଦ୍ କପୁର୍, ତୃତୀୟ ନମ୍ବରରେ ଟେଲି ଅଭିନେତା ଭିଭିୟାନ୍ ଡିସେନା ଓ ଚତୁର୍ଥ ନମ୍ବରରେ ଟାଇଗର୍ ଶ୍ରୋଫ୍ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

1 × four =