ଶ୍ରୀଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର() ୨୧ରେ ଜାଗର । ଆଜି ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା ସୁରୁଖୁରରେ ସମ୍ପାଦାନ କରିବା ପାଇଁ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକରେ ସିଂହଦ୍ୱାରରେ ସାଧାରଣ ଭକ୍ତ ପ୍ରବେଶ କରିବେ। ହେଲେ ଉତ୍ତର ଦ୍ୱାର ଦେଇ ସେବାୟତଙ୍କ ପରିବାର ଆସିବେ ନେଇ ଆଲୋଚନା ହୋଇଥିଲା । ଏହାସହିତ ସୌନ୍ଦର୍ୟ୍ୟକରଣ ପରେ ସବୁ ଅଞ୍ଚଳରେ ଆଲୋକୀକରଣ ଓ ଟ୍ରାଫିକ ଉପରେ ଗୁରୁତ୍ୱ ଦିଆଯାଇଛି। ଜଳଯୋଗାଣ, ସ୍ୱଚ୍ଛତା, ଧାଡି ଦର୍ଶନ ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି । ୧୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି ।

ଅନ୍ୟପଟେ ମାଉସୀ ମା’ ଛକରୁ ଚାରି ଚକିଆ ଯାନ ବନ୍ଦ ରହିବ। ବଢେଇବାଙ୍କ ଛକ ଭିତରକୁ ଦୁଇ ଚକିଆ ଯାନ ଛଡ଼ାଯିବ ନାହିଁ। ରାତି ୧୦ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ ହୋଇଛି ।

ବୈଠକରେ ପୁଲିସ୍ କମିଶନର ସୁଧାଂଶୁ ଷଡଙ୍ଗୀ,ଡିସିପି ଅନୁପ କୁମାର ସାହୁ, ଜଟଣୀ ବିଧାୟକ ସୁରେଶ ରାଉତରାୟ, ଟ୍ରାଫିକ ଡିସିପି ସାଗରିକା ନାଥ ଓ ମନ୍ଦିର ସେବାୟତ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

sixteen − twelve =