ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ଓଡ଼ିଶାରେ ପହଞ୍ଚିବ

ଭୁବନେଶ୍ୱର: ବୁଧବାର ରାଜ୍ୟରେ ପହଞ୍ଚିବ କୋଭିସିଲ୍ଡ ଟିକାର ଆଉ ୧ ଲକ୍ଷ ଡୋଜ । ଜୁନ ମାସରେ ୧୯ ଲକ୍ଷ୫୮ହଜାର ୩୭୦ ଟିକା ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଜୁନ୍ କୋଟା ସରିଯିବା ପରେ ରାଜ୍ୟ ସରକାର ଆଉ ୬ ଲକ୍ଷ ଡୋଜ ଦେବାକୁ ଅନୁରୋଧ କରିଥିଲେ । ଜୁନ ମାସର କୋଟା ଅନୁସାରେ କୋଭାକ୍ସିନ ଟିକା ୪ ଲକ୍ଷ ୩୧ହଜାର ୧୩୦ଡୋଜ ଆସିବା କଥା। ବର୍ତ୍ତମାନ ସୁଦ୍ଧା ୩,୪୦,୮୫୦ ଆସିଛି । ଆଉ ୯୦ହଜାର ୨୮୦ ଆସି ନଥିବା ସୂଚନା ଦେଇଛନ୍ତି ପରିବାରକଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

Share

Leave a Reply

Your email address will not be published. Required fields are marked *

two + ten =