ଏହି ତାରିଖରେ ରିଲଜ୍ ହେବ ଆଲିଆ ଭଟ୍ଟଙ୍କ ‘ଗଙ୍ଗୁବାଇ କାଠିୟାବାଡି’

ନୂଆଦିଲ୍ଲୀ : ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ କୁ ଦେଖିବା ପାଇଁ ଅନେଇ ବସିଛନ୍ତି ଦର୍ଶକ । ଫିଲ୍ମ ରିଲିଜ୍ କୁ ନେଇ ଏବେ ପୁଣି ତାରିଖ ଘୋଷଣା କରାଯାଇଛି । ଫିଲ୍ମଟି ୧୮ ଫେବୃଆରୀ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ପୂର୍ବରୁ ଘୋଷଣା କରାଯାଇଥିଲା କି ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀ ମାସରେ ରିଲିଜ୍ ହେବ । କିନ୍ତୁ ଏବେ ତାରିଖ ଘୁଞ୍ଚାଇ ଦିଆଯାଇଛି ।

ଆଲିଆ ଭଟ୍ଟ ତାଙ୍କ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସଞ୍ଜୟ ଲିଳା ଭଂସାଳୀଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ ର ନୂତନ ରିଲିଜିଂ ତାରିଖ ଘୋଷଣା କରାଯାଇଛି ।

ଫିଲ୍ମରେ ଆଲିଆ ଭଟ୍ଟଙ୍କୁ ଗଙ୍ଗୁବାଇ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କର ଏହି ଭୂମିକାକୁ ଦେଖିବା ପାଇଁ ଉତ୍ସାହର ସହ ଚାହିଁ ବସିଛନ୍ତି ଫ୍ୟାନ୍ସ ।

Share

Leave a Reply

Your email address will not be published. Required fields are marked *

16 + twelve =