ବିଦ୍ୟୁତ୍ ଝଟକାରେ ମୃତ୍ୟ ହେଲେ ଉପଭୋକ୍ତା ଦେବେ କ୍ଷତିପୂରଣ

ଭୁବନେଶ୍ୱର()  ବିଦ୍ୟୁତ୍ ଝଟକାରେ ଲୋକଙ୍କ ମୃତ୍ୟୁ ହେଲେ ମୃତକଙ୍କ ପରିବାରକୁ ବିଦ୍ୟୁତ୍ ଉପଭୋକ୍ତା ଦେବେ କ୍ଷତିପୂରଣ । ଗତକାଲି ଗଞ୍ଜାମରେ ଏକ ବସ୍ରେ ୧୧ କେଭି ତାର ଲାଗି ୧୦ଜଣଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାରେ ଥିବା ବେଳେ  OERC ନିକଟରେ ସେସୁର ଏଭଳି ପ୍ରସ୍ତାବ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଆଜି OERCରେ  ସେସୁର ଶୁଣାଣି ଥିବା ବେଳେ ବିଜୁଳି ଆଘାତରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଏକ କର୍ପସ ଫଣ୍ଡ ଗଠନ ପାଇଁ ପ୍ରସ୍ତାବ ଦେଇଛି ସେସୁ । ତେବେ ଏହି କର୍ପସ ଫଣ୍ଡ ପାଇଁ ପ୍ରତି ମାସରେ ଉପଭୋକ୍ତାଙ୍କ ବିଜୁଳି ବିଲ୍ରେ ଅଧିକ ୧ଟଙ୍କା ମିଶାଇ ଆଦାୟ କରିବା ପାଇଁ କମିଶନଙ୍କ ପାଖରେ ସେସୁ ପ୍ରସ୍ତାବ ରଖିଛି ।

୨୦୧୦ରୁ ୨୦୧୯ ଭିତରେ କେବଳ ସେସୁ ଅଧୀନରେ ବିଜୁଳି ତାର ଲାଗି ୩୭୪ଜଣଙ୍କ ଜୀବନ ଯାଇଛି। ଗତ ୨୬-୧୦-୨୦୧୯ରେ ଶକ୍ତି ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ୫T ବୈଠକରେ କର୍ପସ ଫଣ୍ଡ ଗଠନ ନେଇ ନିଷ୍ପତ୍ତି ହୋଇଥିବା ଦର୍ଶାଇଛି ସେସୁ।

Share

Leave a Reply

Your email address will not be published. Required fields are marked *

8 − 5 =