Friday, October 30, 2026
Latestମନୋରଞ୍ଜନ

ଦୁଇ ଦିନରେ ୩୪ କୋଟି

ମୁମ୍ବାଇ() ଗତକାଲି ରିଲିଜ୍ ହୋଇଥିବା ‘ବାଗୀ ୩’ ବକ୍ସ ଅଫିସ୍ରେ ବେଶ୍ ଭଲ ପ୍ରଦର୍ଶନ କରୁଛି। ଫିଲ୍ମଟି ଓପନିଂ ଡେ’ରେ ୧୭.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ବି ଏହି ଧାରା ଜାରି ରହିଥିଲା। ଦୁଇ ଦିନରେ ଫିଲ୍ମଟି ୩୪.୫୦ କୋଟି ଟଙ୍କା ଆୟ କରିଛି। ଫିଲ୍ମର ଦୁଇ ଦିନର ଆୟ ଦେଖି ଅନୁମାନ କରାଯାଉଛି ଯେ ରବିବାର ଏହା ୫୦ କୋଟି ଛୁଇଁ ଯିବ।

ସୂଚନାଯୋଗ୍ୟ, ଏହା ହେଉଛି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ ସିରିଜ୍ର ତୃତୀୟ ଫିଲ୍ମ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍ ଓ ଶ୍ରଦ୍ଧା କପୁର ଲିଡ୍ ରୋଲ୍ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଜ୍ୟାକି ଶ୍ରଫ୍ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ‘ବାଗୀ ୨’ରେ ଲିଡ୍ ରୋଲ୍ରେ ଅଭିନୟ କରିଥିବା ଦିଶା ପଟାନୀ ଏଥିରେ ଏକ ଆଇଟମ୍ ସଙ୍ଗରେ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

three × 3 =