ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଘରେ ପୁଣି ଆସିଛି ଖୁସି
ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଘରେ ପୁଣି ଆସିଛି ଖୁସି । ୪୧ ବର୍ଷ ବୟସରେ ସେ ଦ୍ୱିତୀୟ ଥର ମାଆ ହେବାକୁ ଯାଉଛନ୍ତି । ସେ ନିଜ ଇନ୍ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଏହି ଖୁସି ଖବର ଘୋଷଣା କରିଛନ୍ତି । ମାହିରା ଏକ ଧଳା ମାଟର୍ନିଟି ଗାଉନ୍ରେ ବେବି ବମ୍ପ ସହ ଫଟୋ ସେୟାର କରିଛନ୍ତି । ଫଟୋ ସହ ସେ ଲେଖିଛନ୍ତି, ଆମେ ଆମ ଜୀବନ ପାଇଁ ଅନେକ ଯୋଜନା କରୁ, କିନ୍ତୁ ଶେଷରେ ଆଲ୍ଲାହଙ୍କ ଯୋଜନା ହିଁ ସବୁଠୁ ଉପରେ ଥାଏ ।
ମାହିରା ଖାନ୍ ଟୋରଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ (TIFF)ରେ ମଧ୍ୟ ବେବି ବମ୍ପ ସହ ରେଡ୍ କାର୍ପେଟ୍ ରେ ନଜର ଆସିଥିଲେ । ଏହି ସମୟରେ ସାଢ଼ି ପିନ୍ଧିଥିବା ତାଙ୍କ ଲୁକ୍କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ନିଜ ଦ୍ୱିତୀୟ ଗର୍ଭଧାରଣ ବିଷୟରେ ମାହିରା କହିଛନ୍ତି ଯେ, ଏଥର ଅନୁଭୂତି ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଧିକ କଷ୍ଟକର । ପ୍ରଥମ ଥର ଯେତେବେଳେ ସେ ଗର୍ଭବତୀ ହୋଇଥିଲେ, ସେତେବେଳେ ତାଙ୍କ ବୟସ ୨୪ ବର୍ଷ ଥିଲା । ସେତେବେଳେ ସେ ନିର୍ବିକାର ଭାବେ ଏହି ଅନୁଭୂତିକୁ ଗ୍ରହଣ କରିଥିଲେ ।
କିନ୍ତୁ ଏଥର ତାଙ୍କ ଶରୀରରେ ଅନେକ ଅସୁବିଧା ହେଉଥିବା ସେ କହିଛନ୍ତି । ତାଙ୍କ ଅନୁସାରେ, ଅନେକ ଦିନ ଏପରି ଯାଉଛି ଯେତେବେଳେ ତାଙ୍କ ଶରୀର ତାଙ୍କ ମନର ଇଚ୍ଛା ଅନୁସାରେ କାମ କରିବାକୁ ଅନୁମତି ଦେଉନାହିଁ । ମାହିରାଙ୍କ ପ୍ରଥମ ବିବାହ ଅଭିନେତା ଅଲି ଅସ୍କରୀଙ୍କ ସହ ୨୦୦୭ରେ ହୋଇଥିଲା ଏବଂ ୨୦୧୫ରେ ଏହି ବିବାହ ଶେଷ ହୋଇଥିଲା । ଏହି ବିବାହରୁ ତାଙ୍କର ଏକ ପୁଅ ଅଛନ୍ତି, ଯାହାଙ୍କ ନା ଆଜଲାନ୍ । ଯାହାଙ୍କ ଜନ୍ମ ୨୦୧୦ରେ ହୋଇଥିଲା । ପରେ ୨୦୨୩ରେ ମାହିରା ବ୍ୟବସାୟୀ ସଲିମ କରିମଙ୍କୁ ବିବାହ କରିଥିଲେ । ଏବେ ଏହି ଦମ୍ପତି ପ୍ରଥମ ଥର ପାଇଁ ମାତାପିତା ହେବାକୁ ଯାଉଛନ୍ତି ।

