Business

ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର ୱେଲନେସ କାର୍ଯ୍ୟକ୍ରମ ଟାଟା ଏଆଇଏ ଭାଇଟାଲିଟି

ଭୁବନେଶ୍ୱର: ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଏହାର ଭାଇଟାଲିଟି କାର୍ଯ୍ୟକ୍ରମ ଟାଟା ଏଆଇଏ ଭାଇଟାଲିଟିକୁ ଉନ୍ମୋଚନ କରାଯାଇଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ନିରନ୍ତର ଉଦ୍ୟମ ଜରିଆରେ ଲୋକମାନେ ସୃଷ୍ଟି କରୁଥିବା ଅଭ୍ୟାସ ପ୍ରଭାବରେ ଜୀବନକାଳରେ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ । ୨୦୨୨ରେ ଟାଟା ଏଆଇଏ ଭାରତରେ ଭାଇଟାଲିଟିର ଶୁଭାରମ୍ଭ କରିଥିଲା । ସେହି କାର୍ଯ୍ୟକ୍ରମ ଏବେ ଦୀର୍ଘସ୍ଥାୟିତ୍ୱ, ରିୱାର୍ଡ ଆୟ କରିବା ଓ ଅଧିକ ଲାଭ ପାଇବାର ଗୁରୁତ୍ୱ ସହ ପ୍ରତ୍ୟାବର୍ତ୍ତନ କରିଛି ।
ଲଣ୍ଡନ ସ୍କୁଲ ଅଫ ଇକୋନମିକ୍ସ ପକ୍ଷରୁ ୪୬୫,୦୦୦ ଭାଇଟାଲିଟି ସଦସ୍ୟଙ୍କୁ ନେଇ କରାଯାଇଥିବା ଏକ ସାତ ବର୍ଷିଆ ସର୍ବେକ୍ଷଣରୁ ଜଣାପଡ଼ିଥିଲା ଯେ ଚଳଚଂଚଳ ଜୀବନ ଅତିବାହିତ କରୁଥିବା ଲୋକଙ୍କ କ୍ଷେତ୍ରରେ ମୃତ୍ୟୁର ବିପଦ ୫୭ ପ୍ରତିଶତ ପର୍ଯ୍ୟନ୍ତ କମ୍ ରହୁଛି । ତାହା ଜୀବନକାଳ ୫ ବର୍ଷ ବଢ଼ିବା ସହ ସମାନ । ୩୦ରୁ ୭୦ ବର୍ଷ ବୟସର ଲୋକମାନଙ୍କଠାରେ ସେହି ଲାଭ ଦେଖିବାକୁ ମିଳିଥିଲା । ଏହାକୁ ନଜରରେ ରଖି ଟାଟା ଏଆଇଏ ଭାଇଟାଲିଟି ଏବେ ଦୈନିକ ୫୦୦୦ ପାଦ ଚାଲୁଥିବା ସଦସ୍ୟମାନଙ୍କୁ ରିୱାର୍ଡ ପ୍ରଦାନ କରୁଛି ।
ଟାଟା ଏଆଇଏ ଭାଇଟାଲିଟିକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ଫଳରେ କେବଳ ଇଚ୍ଛାଶକ୍ତି ନୁହେଁ, ପ୍ରଥମ ଦିନରୁ ସୁସ୍ଥକର ଜୀବନ ପାଇଁ ପ୍ରେରଣା ମିଳିପାରିବ । ପ୍ରଥମ ଦିନରୁ ସଦସ୍ୟମାନଙ୍କୁ ଡିକାଥଲନ, ପ୍ୟୁମା, ଗୁଗଲ, ଫିଟପାସ ଓ କଲ୍ଟଫିଟ ଆଦିରୁ ଆଥିଲିଜର, ଜୋତା, ଫିଟନେସ ୱାୟରେବଲ ଓ ଜିମ ସଦସ୍ୟତା ଉପରେ ରିହାତି ମିଳିବ । ଚାଲିବା, ବ୍ୟାୟାମ କରିବା ଓ ସ୍ୱାସ୍ଥ୍ୟ ଯାଂଚ କରିବା ଭଳି ଦୈନନ୍ଦିନ ସ୍ୱାସ୍ଥ୍ୟକର ପଦକ୍ଷେପରୁ ପଏଂଟ ମିଳିବ । ନବୀକରଣ ବେଳେ ସଦସ୍ୟଙ୍କ ଭାଇଟାଲିଟି ସ୍ତିତି ଅନୁସାରେ ତାଙ୍କୁ ପ୍ରିମିୟମ ରିହାତି ମିଳିପାରିବ ।
ପୂର୍ବରୁ ଦୈନିକ ୭୫୦୦ ପାଦ ଚାଲିବା ପାଇଁ ରିୱାର୍ଡ ମିଳୁଥିଲା, ଏବେ ତାହାକୁ ୫୦୦୦ ପାଦକୁ ହ୍ରାସ କରାଯାଇଥିଲା । ପାଦ ଚଲା, ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ତଥ୍ୟକୁ ଭରସାଯୋଗ୍ୟ ଭାବେ ସଂଗ୍ରହ କରାଯାଉଛି । ଗ୍ରାହକଙ୍କୁ ତୁରନ୍ତ କୃତଜ୍ଞତା ପ୍ରଦାନ କରାଯାଉଛି ।
ଏ ସମ୍ପର୍କରେ ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର ଚିଫ ବିଜନେସ ଅଫିସର-ପ୍ରୋପାଇଟରି ବିଜନେସ, ପ୍ରିପୋଜିସନ୍ସ ଆଣ୍ଡ ମାର୍କେଟିଂ ସୁଜିତ କୋଠାରେ କହିଛନ୍ତି ଯେ, “ଆମର ବିଶ୍ୱାସ ରହିଛି ଯେ ବୀମାର ଭବିଷ୍ୟତ ସୁରକ୍ଷା ବଦଳରେ ପ୍ରତିଷେଧମୂଳକ ଉପରେ ପର୍ଯ୍ୟବସିତ ହେବ । ଏକ ବିଜ୍ଞାନ ଆଧାରିତ ୱେଲନେସ କାର୍ଯ୍ୟକ୍ରମ ଜରିଆରେ ଟାଟା ଏଆଇଏ ଭାଇଟାଲିଟି ହେଲଥ ପାରମ୍ପରିକ ସ୍ୱାସ୍ଥ୍ୟ ସୁରକ୍ଷା ବାହାରକୁ ଯାଇ ସୁସ୍ଥକର ଅଭ୍ୟାସ ପାଇଁ ଉତ୍ସାହିତ କରୁଛି ଯାହା ପ୍ରଗତି ଓ ସକାରାତ୍ମକ ଅଭ୍ୟାସ ପାଇଁ ରିୱାର୍ଡ ମଧ୍ୟ ପ୍ରଦାନ କରୁଛି । ସୁରକ୍ଷା ସହ ୱେଲନେସକୁ ଯୋଡ଼ି ଆମେ ବ୍ୟକ୍ତି ଓ ପରିବାରଗୁଡ଼ିକ ନିଜ ଆର୍ôଥକ ଦୃଢ଼ତା ଗଠନ ସହିତ ସୁସ୍ଥକର ଜୀବନ ଗଠନ କରିବାରେ ସହାୟକ ହେଉଛୁ ।”
ଟାଟା ଏଆଇଏ ଭାଇଟାଲିଟିରେ ବିଭିନ୍ନ ବର୍ଗର ଗ୍ରାହକଙ୍କୁ ସୁହାଇବା ଭଳି ଭିନ୍ନ ଭିନ୍ନ ଅଭ୍ୟାସ ରହିଛି । ଯୁବ ଗ୍ରାହକମାନଙ୍କ ଫିଟନେସ ଓ ୱେଲନେସ ଅଭ୍ୟାସକୁ ଟାଟା ଏଆଇଏ ଭାଇଟାଲିଟି ଅର୍ଥପୂର୍ଣ୍ଣ ରିୱାର୍ଡରେ ପରିଣତ କରୁଛି । ସେହିପରି ଦମ୍ପତ୍ତିମାନେ ଯେଭଳି ପରଷ୍ପରକୁ ସୁସ୍ଥ ରହିବା ପାଇଁ ଉତ୍ସାହିତ କରିପାରିବେ, ସେଥିପାଇଁ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରେରଣା ଦେଉଛି । ପରିବାରଗୁଡ଼ିକୁ ସମସ୍ତ ସଦସ୍ୟ ଯେଭଳି ମିଳିତ ଭାବେ ସକାରାତ୍ମକ ଅଭ୍ୟାସ ଗଠନ କରିପାରିବେ ସେଥିପାଇଁ ଏହା ସହାୟକ ହେଉଛି । ଅବସର ଗ୍ରହଣ କରିବାକୁ ଯାଉଥିବା ସଦସ୍ୟମାନଙ୍କୁ ଟାଟା ଏଆଇଏ ଭାଇଟାଲିଟି ସୁସ୍ଥ ରହିବା ସହ ଅବସର ପରବର୍ତ୍ତୀ ଜୀବନକୁ ଭଲ ଭାବେ ବଂଚିବା ପାଇଁ ପ୍ରେରଣା ଦେଉଛି ।

Share

Leave a Reply

Your email address will not be published. Required fields are marked *

9 + eight =